www.samajalive.in
Monday, December 8, 2025
27.1 C
Bhubaneswar

ସରିନାହିଁ କୋଭିଡ ପ୍ରଭାବ, ରାଜ୍ୟଗୁଡ଼ିକୁ ପଦକ୍ଷେପ ନେବାକୁ ପରାମର୍ଶ

ଡେସ୍କ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସତର୍କ କରାଇଛି ଯେ ଦେଶରେ ଏ ଯାଏଁ କୋଭିଡ ମହାମାରୀର ପ୍ରଭାବ କମି ନାହିଁ। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସାରା ବିଶ୍ୱରେ ଦୈନିକ ପ୍ରାୟ ୯୪ ହଜାର କୋଭିଡ ସଂକ୍ରମଣ ମାମଲା ଦେଖା ଦେଉଥିବା ବେଳେ ଭାରତରେ ଏହାର ୧ ପ୍ରତିଶତ ଅର୍ଥାତ ୯୬୬ ରହିଛି। ସେ କହିଛନ୍ତି ଯେ ମହାରଷ୍ଟ୍ରକୁ ମିଶାଇ ୮ଟି ରାଜ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଉଛି। ମହାରାଷ୍ଟ୍ରରେ ସର୍ବାଧିକ ୧୬୫୦ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁଜୁରାଟ, କେରଳ ଓ କର୍ଣ୍ଣାଟକରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି।

ସେ ୮ଟି ରାଜ୍ୟକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। କୋଭିଡ-୧୯ ପରିଚାଳନା ନିୟମାବଳୀ ଅନୁଯାୟୀ ସମ୍ପୃକ୍ତ ରାଜ୍ୟଗୁଡିକ ଏହି ପଦକ୍ଷେପ ଗ୍ରହଣ କରିବେ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲଗୁଡିକରେ ଅଧିକ ସଂଖ୍ୟକ ଶଯ୍ୟା ପ୍ରସ୍ତୁତ ରଖିବା, ସ୍ୱାସ୍ଥ୍ୟକର୍ମୀ, ଔଷଧ ଆଦି ମହଜୁଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ଛଡା ଜିନୋମ ସିକ୍ୱେନସିଂ ବୃଦ୍ଧି କରିବା ଲାଗି କେନ୍ଦ୍ର ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories