www.samajalive.in
Sunday, December 7, 2025
23.1 C
Bhubaneswar

ବ୍ୟାଙ୍କ ଅଫ୍‌ ବରୋଦା ଭୁବନେଶ୍ୱର ରିଜିଅନ୍‌ ପକ୍ଷରୁ ମହିଳା ଦିବସ ପାଳିତ

ଭୁବନେଶ୍ୱର : ବ୍ୟାଙ୍କ ଅଫ୍‌ ବରୋଦାର ଭୁବନେଶ୍ୱର ରିଜିଅନ ପକ୍ଷରୁ ଗତ ୧୮ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କ ସହ ଭୁବନେଶ୍ୱର ମହାନଗରର ସମସ୍ତ ମହିଳା କର୍ମଚାରୀ ଏଥିରେ ଯୋଗ ଦେଇଥିଲେ ।

ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଇନଷ୍ଟିଟ୍ୟୁସନାଲ ଫାଇନାନ୍ସ ନିର୍ଦ୍ଦେଶକ ଆଇଇଏସ୍‌ ଡ. ପ୍ରଜ୍ଞାସ୍ମିତା ସାହୁ ଏବଂ ସାମାଜିକ କର୍ମୀ ତଥା ଉଦ୍ୟୋଗୀ ମନସ୍ମିତା ଜେନାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ. ସାହୁ କହିଥିଲେ ଯେ, ଡିଜିଟାଲ ଦୁନିଆରେ ମହିଳାମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି, ଯେଉଁଠାରେ କି ଆମେ ଅଧିକରୁ ଅଧିକ ଏହାକୁ ଉପଭୋଗ କରୁଛୁ । ସେ କହିଛନ୍ତି ଯେ, ମହିଳା, ବାଳିକା ତଥା ଅନ୍ୟାନ୍ୟ ମଧ୍ୟବିତ୍ତ ଗୋଷ୍ଠୀର ବିଶ୍ୱ ସଶକ୍ତିକରଣ ପାଇଁ ଡିଜିଟାଲ ଟେକ୍ନୋଲୋଜି ନୂଆ ଦ୍ୱାର ଖୋଲିଛି ।

- Advertisement -

ମହିଳା ଉଦ୍ୟୋଗୀ ମନସ୍ମିତା ଜେନା ମହିଳା କର୍ମଚାରୀଙ୍କ ଉଦ୍ୟମ ଓ ଅବଦାନକୁ ପ୍ରଶଂସା କରିଛନ୍ତି ଏବଂ ମହିଳାଙ୍କ ଅଧିକାରକୁ ନେଇ ଦର୍ଶକଙ୍କୁ ମଧ୍ୟ ବେଶ୍‌ ସମ୍ବେଦନଶୀଳ କରିଛନ୍ତି । ଆମ ଦେଶର ଅର୍ଥନୀତିରେ ମହିଳାଙ୍କ ଅବଦାନ ବିଷୟରେ ନେଟ୍‌ଓ୍ୱାର୍କ ଡିଜିଏମ୍‌-୧ ପାଟନା ଜୋନ୍‌ର ଡ. ରମେଶ କୁମାର ମହାନ୍ତି ଏବଂ ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ରାଜୀବ କ୍ରିଷ୍ଣନ ସେମାନଙ୍କର ମତାମତ ଉଲ୍ଲେଖ କରିଥିଲେ । ସମାଜ ତଥା ଓଡ଼ିଶା ରାଜ୍ୟର ବିକାଶରେ ସେମାନଙ୍କର ନିରନ୍ତର ଉଦ୍ୟମ ଏବଂ ଅବଦାନ ପାଇଁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ବ୍ୟାଙ୍କ ଅଫ୍‌ ବରୋଦା ଏହାର ମହିଳା କୈନ୍ଦ୍ରିକ ତଥା ସାମାଜିକ ବିକାଶ ନୀତିପାଇଁ ଅନ୍ତର୍ଭୁକ୍ତ ଓ ଲିଙ୍ଗଗତ ସମାନତାର ଆନ୍ଦୋଳନକୁ ଉଭୟ ଅତିଥି ସଦସ୍ୟଙ୍କ ଦ୍ୱାରା ପ୍ରଶଂସା କରାଯାଇଥିଲା । ଆଞ୍ଚଳିକ ଉ ପମୁଖ୍ୟ ଶ୍ରୀମତୀ ଜ୍ୟୋର୍ତିମୟୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories