www.samajalive.in
Sunday, December 14, 2025
26.1 C
Bhubaneswar

ଦିନିକିଆ ବୋଲିଂରେ ୩ୟକୁ ଖସିଲେ ସିରାଜ୍‌, ଟେଷ୍ଟ ବ୍ୟାଟିଂରେ ୱିଲିୟମସନ ୨ୟ

ଦୁବାଇ  : ଭାରତର ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ବୋଲିଂ ମାନ୍ୟତାରେ ତଳକୁ ଖସି ଆସିଛନ୍ତି। ସିରାଜ୍‌ ଶୀର୍ଷରୁ ୩ୟ ସ୍ଥାନକୁ ଖସି ଆସିଛନ୍ତି। ଅଷ୍ଟ୍ରେଲିଆର ଜୋସ୍‌ ହାଜେଲଉଡ୍‌ ୭୧୩ ପଏଣ୍ଟ ସହ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ୭୦୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସିରାଜ୍‌ ଓ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ମିଳିତ ଭାବେ ୭୦୨ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଛନ୍ତ୍ି। ସିରାଜ୍‌ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୨୯ରନ ଦେଇ ୩ଟି ୱିକେଟ ନେଇଥିଲେ। ଦ୍ବିତୀୟ ଦିନିକିଆରେ ୱିକେଟ ନେବାରେ ବିଫଳ ହୋଇଥିଲେ। ସିରାଜ ଗତ ଜାନୁଆରୀରୁ ଦିନିକିଆରେ ଏକ ନମ୍ବର ବୋଲର ହୋଇ ରହିଥିଲେ। ଷ୍ଟାର୍କ ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ୩ଟି ଓ ବିଶାଖାପାଟଣାରେ ୫ଟି ୱିକେଟ ନେଇଥିଲେ। ଫଳରେ ସେ ବୋଲିଂ ମାନ୍ୟତାରେ ଉପରକୁ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି। ଭାରତ ବିପକ୍ଷ ଟେଷ୍ଟ ଓ ଦିନିକିଆ ଶୃଙ୍ଖଳାରୁ ହାଜେଲଉଡ୍‌ ସମ୍ପୂର୍ଣ୍ଣ ବାଦ୍‌ ପଡିଥିଲେ ମଧ୍ୟ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିବାରେ ସଫଳ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ମ୍ୟାଚ ବିଜୟୀ ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ୨୮ତମ ସ୍ଥାନରେ ରହିଛନ୍ତି। ବ୍ୟାଟିଂରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ୭୫ରନ କରିଥିବା ଲୋକେଶ ରାହୁଲ ୩୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଭାରତୀୟ ଓପନର ଶୁବମାନ ଗିଲ୍‌ ୫ମ ଓ ବିରାଟ କୋହଲି ୬ଷ୍ଠ ସ୍ଥାନରେ ସ୍ଥିର ରହିଛନ୍ତି।ଅଧିନାୟକ ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉନ୍ନୀତ ହୋଇ ୭ମ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ ମାନ୍ୟତାର ବ୍ୟାଟିଂରେ ଦ୍ବିତୀୟ ସ୍ଥାନକୁ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ ଉନ୍ନୀତ ହୋଇଛନ୍ତି। ୱିଲିୟମସନ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ୧, ୧୨୫ ଅପରାଜିତ ଓ ୨୧୫ରନ କରିଥିଲେ। ଟେଷ୍ଟରେ ୱିଲିୟମସନ ୫ଟି ଦ୍ବିଶତକ ହାସଲ କରିଥିବାବେଳେ ବିରାଟ କୋହଲି(୬)ଟି ଦ୍ବିଶତକ ସହ ବରାବର କରିବା ନେଇ ଆଉ ମାତ୍ର ଗୋଟିଏ ପଛରେ ରହିଛନ୍ତି। ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ ଟେଷ୍ଟ କ୍ରିକେଟରେ ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି।ନ୍ୟୁଜିଲାଣ୍ଡର ବାମହାତୀ ବ୍ୟାଟ୍‌ସମ୍ୟାନ ନିକୋଲାସ ହେନରୀ ୱିଲିଂଟନ ଟେଷ୍ଟରେ ଦ୍ବିଶତକ ହାସଲ କରିବା ସହିତ ବ୍ୟାଟିଂ ମାନ୍ୟତାରେ ୨୦ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୭ତମ ସ୍ଥାନରେ ପହଞ୍ଚିଛନ୍ତି।ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣାରତ୍ନେ ଟେଷ୍ଟ ବ୍ୟାଟିଂ ମାନ୍ୟତାର ୧୦ତମ ସ୍ଥାନରେ ପହଞ୍ଚିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories