BJD Bijuli 480×75 Mob

ବିଜେପିର ବଡ ଯୋଜନା, ବିଶ୍ୱ ଶୁଣିବ ମୋଦୀଙ୍କ ୧୦୦ତମ ମନର କଥା

BJD Bijuli 480×75 Mob

ଡେସ୍କ: କେବଳ ଭାରତୀୟ ନୁହନ୍ତି ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ’ର ୧୦୦ତମ ସଂସ୍କରଣ ଯେଭଳି ସାରା ବିଶ୍ୱବାସୀ ଶୁଣିପାରିବେ, ସେଥିଲାଗି ବିଜେପି ବ୍ୟବସ୍ଥା କରୁଥିବା ଜଣାପଡିଛି। ଏଥିଲାଗି ଦଳ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। ଏ ସମ୍ପର୍କରେ ବିଜେପି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଶ୍ୱ ନେତା ଏବଂ ବିଶ୍ୱର ସମସ୍ତ ଦେଶ ମୋଦୀଙ୍କ କାର୍ଯ୍ୟର ପ୍ରଶଂସା କରନ୍ତି ତେଣୁ ତାଙ୍କ ମନକଥାର ୧୦୦ତମ ସଂସ୍କରଣ ଯେଭଳି ଅଧିକରୁ ଅଧିକ ଦେଶରେ ପ୍ରସାରିତ ହୋଇପାରିବ, ସେଥିଲାଗି ବ୍ୟବସ୍ଥା କରାଯାଉଛି।

କେବଳ ସେତିକି ନୁହେଁ, ଜଣେ ବିଜେପି ନେତା କହିଛନ୍ତି ଯେ ମୋଦୀଙ୍କ ୧୦୦ତମ ମନ କି ବାତ ଅବସରରେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ବ୍ୟକ୍ତି ବିଶେଷଙ୍କ କଥା କହିଛନ୍ତି, ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ସେହି ବ୍ୟକ୍ତିବିଶେଷଙ୍କୁ ସମ୍ପୃକ୍ତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବେ।

ଏହା ବ୍ୟତୀତ, ପ୍ରତ୍ୟେକ ଲୋକସଭା ଆସନ ଅନ୍ତର୍ଗତ ୧୦୦ଟି ସ୍ଥାନରେ ୧୦୦ ଜଣ ଲେଖାଏଁ ଲୋକ ଗୋଟିଏ ସ୍ଥାନରେ ବସି ମୋଦୀଙ୍କ ମନ କି ବାତ ଶୁଣିବେ ଓ ସେହି ୧୦୦ ଜଣ ସ୍ରୋତାଙ୍କ ମଧ୍ୟରେ ବିଭିନ୍ନ ବର୍ଗର ବ୍ୟକ୍ତି ଯେପରି ଡାକ୍ତର, ଇଞ୍ଜିନିଅର, ଶିକ୍ଷକ, ସାମାଜିକ କର୍ମୀ, ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ସାମିଲ ହେବେ।

ଆସନ୍ତା ମାସ ଅର୍ଥାତ ଏପ୍ରିଲ ୩୦ରେ ପ୍ରସାରିତ ହେବାକୁ ଥିବା ମନ କି ବାତ’ର ୧୦୦ତମ ସଂସ୍କରଣ ୧ ଲକ୍ଷରୁ ଅଧିକ ବୁଥରେ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଉଛି। ୨୦୧୪ ମସିହା ଅକ୍ଟୋବର ୩ରେ ମନ କି ବାତର ପ୍ରଥମ ସଂସ୍କରଣ ପ୍ରସାରିତ ହୋଇଥିଲା।

Comments are closed.