www.samajalive.in
Saturday, December 13, 2025
14.1 C
Bhubaneswar

ତିରିଗିଆ ରାଜ ପରିବାରର କୋଟି କୋଟି ଟଙ୍କାର ସମ୍ପତ୍ତି ହଡପ ଅଭିଯୋଗ

ଆଠଗଡ଼: ଚଞ୍ଚକତା କରାଯାଇ ତିଗିରିଆ ରାଜପରିବାରର କୋଟିକୋଟି ଟଙ୍କାର ଭୂସମ୍ପତ୍ତି ହଡପ କରାଯାଇଥିବା ନେଇ ନିକଟରେ ପରଲୋକ ଗମନ କରିଥିବା ରାଣୀ ରାସମଞ୍ଜରୀ ଦେବୀଙ୍କର ଉତ୍ତରାଧିକାରୀ ତଥା ପଟ୍ଟାୟତ ବିକ୍ରମ ପ୍ରତାପ ସିଂହଦେଓ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ମହାବୀର ପ୍ଲାଜାରେ ପଟ୍ଟାୟତଙ୍କ ଦ୍ୱାରା ଆହୁତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜା ସାହେବଙ୍କର ଅସୁସ୍ଥତା ଓ ଅସହାୟତାର ସୁଯୋଗନେଇ ଗତ ୧୯୯୯ମସିହା ଫେବୃଆରୀ ୨୨ତାରିଖ ଦିନ ତିଗିରିଆର ଲଳିତକୃଷ୍ଣ ଦାସ ନାମକ ଜଣେ ବ୍ୟକ୍ତି ଏକ କ୍ଷମତାପତ୍ର ଚଞ୍ଚକତା କରି ନିଜନାମରେ କରାଇ ନେଇଥିବା ସେ ଅଭିଯୋଗ କରିଥିଲେ। ଏହି କ୍ଷମତାପତ୍ର ବଳରେ ରାଜ ପରିବାରର ସମସ୍ତ ଭୂସମ୍ପତ୍ତି ଯାହାର ମୂଲ୍ୟ ପ୍ରାୟ ୪କୋଟି ଟଙ୍କାରୁ ଉର୍ଦ୍ଧ ହେବ, ତାକୁ ବିକ୍ରିକରି ଆତ୍ମସାତ କରାଯାଇଥିବା ପଟ୍ଟାୟତ ଶ୍ରୀ ସିଂହଦେଓ ଅଭିଯୋଗ କରିଥିଲେ। ସେହିପରି ବିକ୍ରମ ପ୍ରତାପଙ୍କ ଭଉଣୀ ସବିତା ଦେବୀଙ୍କର ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ମୌଜାରେ ଥିବା ୫୨ଏକର ଜାଗାରୁ ଚଞ୍ଚକତା କରି ସେହି ଲଳିତକୃଷ୍ଣ ଦାସ ମାତ୍ର ୧୪.୪୭ଲକ୍ଷ ଟଙ୍କାରେ ନିଜ ନାମରେ କରାଇନେଇଥିବା ସେ ଅଭିଯୋଗ କରିଥିଲେ। ତାଙ୍କୁ ଅବିବାହିତ ଦର୍ଶାଇ ମାତା ରାସମଞ୍ଜରୀ ଦେବୀଙ୍କୁ ତାଙ୍କର ଉତ୍ତରାଧିକାରୀ ସଜାଇ ରାଣୀଙ୍କର ସ୍ୱାକ୍ଷରରେ ଉକ୍ତ ଜମି ବିକ୍ରି କରାଯାଇଥିବା ଜାଣିବାକୁ ମିଳିଛି। ଅକ୍ଟୋବର ମାସରେ ରାଣୀ ରାସମଞ୍ଜରୀ ଅସୁସ୍ଥ ଥିବା ସମୟରେ ପିତାଙ୍କର ପୈତୃକ ସଂପତ୍ତିରୁ ପାଇଥିବା ଭାଗ ସୋନପୁରର ଏକ ବିଶାଳ କୋଠାକୁ ମଧ୍ୟ ହଡପ କରିବା ଉଦ୍ଦେଶ୍ୟରେ ଇଚ୍ଛାପତ୍ର କରାଯାଇଥିବା ଶ୍ରୀ ସିଂହଦେଓ ସୂଚାଇଥିଲେ। ବିଭିନ୍ନ ସମୟରେ ବିଗତ ଦିନମାନଙ୍କରେ ତିଗିରିଆ ରାଜପରିବାରର କୋଟି କୋଟି ଟଙ୍କାର ଭୂସଂପତ୍ତି ହଡପ କରିଥିବା ଏବଂ ଆଗାମୀ ଦିନରେ ହଡପ କରିବାକୁ ଷଡଯନ୍ତ୍ର କରୁଥିବା ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ଦ୍ୱାରା ତଦନ୍ତ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ଦାବି କରିଥିଲେ। ରାଣୀ ତଥା ଆଠଗଡ଼ର ପୂର୍ବତନ ବିଧାୟିକା ରାସମଞ୍ଜରୀ ଦେବୀଙ୍କୁ ତାଙ୍କ ଶେଷ ସମୟରେ ଯେଉଁଭଳି ଭାବେ କଳଙ୍କିତ କରାଯାଇଛି ତାକୁ ପୋଛିବା ଲାଗି ବିଧାୟକ ପଦକ୍ଷେପ ନେବାପାଇଁ ସେ ନିବେଦନ କରିଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories