ମନରେଗାର ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର

ଆଠଗଡ଼: ଆଠଗଡ଼ ପଞ୍ଚାୟତ ସମିତି ପକ୍ଷରୁ ମଙ୍ଗଳବାର ବ୍ଲକ ସମ୍ମିଳନୀ କକ୍ଷରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସଂପର୍କୀତ ଏକ ବ୍ଲକସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ଶିବିରରେ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସାହୁ, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଉପେନ୍ଦ୍ର କୁମାର ଜେନା, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଖାଡଙ୍ଗା, ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ଏପିଓ ସୂର୍ଯ୍ୟସ୍ନାତା ନାୟକ ଓ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବ୍ଲକ କମିଟି ସଦସ୍ୟ, ନିର୍ବାହୀ ଅଧିକାରୀ, ଜିଆରଏସ୍‌‌ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବୈଠକର ବିବରଣୀ ଅନୁଯାୟୀ ଆଠଗଡ଼ ବ୍ଲକର ୩୪ଟି ପଞ୍ଚାୟତରେ ମୋଟ ୧୭୪୩୬ ଜବ୍‌‌କାର୍ଡଧାରୀ ପଞ୍ଜୀକୃତ ହୋଇଥିବାବେଳେ ତନ୍ମଧ୍ୟରୁ ୨୦୨୨-୨୩ ଆର୍ôଥକ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୨୪୦୭ଜଣ କାମ ମାଗିଥିଲେ। ସେମାନଙ୍କ ମଧ୍ୟରୁ ୨୧୩୪ଜଣଙ୍କୁ କାମ ଯୋଗାଇ ଦିଆଯାଇ ୨୯୦୦୪ ଶ୍ରମ ଦିବସ ସୃଷ୍ଟି କରାଯାଇଥିଲା। ୨୩ଜଣ ଜବ୍‌‌କାର୍ଡଧାରୀଙ୍କୁ ଉକ୍ତ ଆର୍ôଥକ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ୧୦୦ଦିନର କାମ ଯୋଗାଇ ଦିଆଯାଇଥିଲା। ମୋଟ ୬୯:୩୧ ଅନୁପାତରେ ଶ୍ରମିକ ଓ ସାମଗ୍ରୀ ବାବଦରେ ମୋଟ ୧୨,୬୭,୮୦୦ଟଙ୍କା ଖର୍ଚ୍ଚ କରାଯାଇଥିବା ଶିବିରରେ ଆଲୋଚନାରୁ ସ୍ପଷ୍ଟ ହୋଇଛି। ଏଥିରେ କ୍ଷୁଦ୍ର ଜଳସେଚନ, ଜଙ୍ଗଲ, ଉଦ୍ୟାନ ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଯୋଗଦେଇ ନିଜ ନିଜ ବିଭାଗ ଦ୍ୱାରା କରାଯାଇଥିବା ପ୍ରକଳ୍ପଗୁଡିକ ସଂପର୍କରେ ଆଲୋକପାତ କରିଥିଲେ। ସମସ୍ତ ପ୍ରକଳ୍ପ କାର୍ଯ୍ୟକାରି କରିବା ସମୟରେ ସଂପୃକ୍ତ ଗ୍ରାମର ପଞ୍ଚାୟତ ପ୍ରତିିନିଧିଙ୍କ ସହ ଯୋଗାଯୋଗ ଓ ସମନ୍ୱୟ ରକ୍ଷା କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମନରେଗା ସହାୟକ ସତ୍ୟନାରାୟଣ ସ୍ୱାଇଁ ଏବଂ ବ୍ଲକ ପ୍ରକଳ୍ପ ସଂଯୋଜକ ସୁଧାଂଶୁ ଚନ୍ଦ୍ର ନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

kalyan agarbati

Comments are closed.