ଦିଲ୍ଲୀ ସମେତ ଉତ୍ତର-ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୫
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ ବିଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୂଭୂତ ହୋଇଛି। ଦୀର୍ଘ ସମୟ ଧରି ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପ ଲାଗି ରହିବାରୁ ରାଜଧାନୀ ଦିଲ୍ଲୀରେ ଲୋକେ ଘରୁ ବାହାରି ଆସିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ଥିବା ଜଣାପଡ଼ିଛି। ଦିଲ୍ଲୀର ଶକରପୁରରେ ଥିବା ଏକ ବିଲ୍ଡିଂ ନଇଁ ପଡ଼ିଥିବା ସୂଚନା ମିଳିଛି। ପଞ୍ଜାବ, ଉତ୍ତରାଖଣ୍ଡ, ଓ ଜମ୍ମୁକଶ୍ମିମରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭାରତ ସହିତ ଆଫଗାନିସ୍ତାନ ଓ ପାକିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଆଫଗାନିସ୍ତାନର ଫୈଜାବାଦ ଥିଲା ଭୂକମ୍ପର କେନ୍ଦ୍ର। ରିକ୍ସର ସ୍କେଲରେ ଭୂକମ୍ପର ତୀବ୍ରତା ୬.୬ ରହିଥିବା ଜଣାପଡ଼ିଛି।
Comments are closed.