www.samajalive.in
Sunday, December 14, 2025
16.1 C
Bhubaneswar

‘ହ୍ୟାରି ପୋଟର’ ଅଭିନେତା ପଲ୍‌ ଗ୍ରାଣ୍ଟଙ୍କ ପରଲୋକ

ନୂଆଦିଲ୍ଲୀ: ‘ହ୍ୟାରି ପୋଟର ଆଣ୍ଡ୍‌ ଦି ସୋର୍ସେରର୍ସ ଷ୍ଟୋନ’ ଓ ‘ଷ୍ଟାର ୱାର୍ସ: ରିଟର୍ଣ୍ଣ ଅଫ୍‌ ଦି ଜେଡି’ ଭଳି ଲୋକପ୍ରିୟ ହଲିଉଡ଼ ଚଳଚ୍ଚିତ୍ରରେ ଦମ୍‌ଦାର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ପଲ୍‌ ଗ୍ରାଣ୍ଟଙ୍କ ପରଲୋକ ଘଟିଛି। ମାତ୍ର ୫୬ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଖବର ପ୍ରଶଂସକ ଓ ମନୋରଞ୍ଜନ ଜଗତର ତାରକାମାନଙ୍କୁ ଶକ୍ତ ଧକ୍କା ଦେଇଛି। ଅଭିନେତାଙ୍କ ମୃତ୍ୟୁ ଖବର ଦେଇଛନ୍ତି ତାଙ୍କ ଝିଅ ଜେନେ ଗ୍ରାଣ୍ଟ। ସେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିଷ୍ଠାନକୁ କହିଛନ୍ତି, ‘‘ମୋର ହୃଦୟ ଭାଙ୍ଗି ଯାଇଛି, କୌଣସି ଝିଅ ତା’ର ପିତାଙ୍କଠାରୁ ସବୁଦିନ ପାଇଁ ଦୂରକୁ ଯିବାକୁ ଚାହେଁ ନାହିଁ। ସେ ଖୁବ୍‌ ପ୍ରସିଦ୍ଧ ଏବଂ ସମସ୍ତଙ୍କୁ ଭଲପାଉଥିବା ମଣିଷ ଥିଲେ। ପାପା ଖୁବ୍ ଶୀଘ୍ର ଚାଲିଗଲେ।’’

ସୂଚନା ଅନୁସାରେ, ମାର୍ଚ୍ଚ ୧୬ ରେ ଲଣ୍ଡନର କିଙ୍ଗ୍ସ କ୍ରସ୍ ଷ୍ଟେସନ ବାହାରେ ପଲ୍ ଗ୍ରାଣ୍ଟ ପଡ଼ି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପଲ୍‌ଙ୍କ ବ୍ରେନ୍‌ ଡେଡ୍‌ ଥିଲା ଏବଂ ସେ ଲାଇଫ୍‌ ସପୋର୍ଟରେ ଥିଲେ। କିନ୍ତୁ ବର୍ତ୍ତମାନ ପଲ୍ ଗ୍ରାଣ୍ଟଙ୍କ ମୃତ୍ୟୁ ଖବର ସମସ୍ତଙ୍କ ହୃଦୟ ଭାଙ୍ଗି ଦେଇଛି।

- Advertisement -

ପଲ୍‌ ଗ୍ରାଣ୍ଟ ‘ହ୍ୟାରି ପୋଟର’ ଓ ‘ଷ୍ଟାର ୱାର୍ସ’ ବ୍ୟତୀତ ‘ଦି ଡେଡ୍‌’(୧୯୮୭) ଓ ‘ଭୁଲଭୁଲୈୟା’(୧୯୮୬) ଆଦି ଚଳଚ୍ଚିତ୍ରରେ କାମ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories