www.samajalive.in
Sunday, December 14, 2025
23.1 C
Bhubaneswar

ବଙ୍କାପଲା ପଦରପଡା ଛକ ନିକଟରେ ବାଇକ ଦୁର୍ଘଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଯୁବକଙ୍କ ମୃତ୍ୟୁ

କଲମପୁର – ଗତ ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତି ଜଣକ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲା ପଦରପଡା ଛକ ନିକଟରେ ଦୁର୍ଘଟଣାର ଶିକାର ହେଇଥିଲେ । ମୃତକ ପରିବାର ତରଫରୁ ଏନେଇ କଲମପୁର ପୁଲିସ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପାଇବା ପରେ କଲମପୁର ଥାନା ତରଫରୁ ଘଟଣାର ତଦନ୍ତ ଦାଇତ୍ୱରେ ଥିବା ଅଧିକାରୀ ମଙ୍ଗଳବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ବାହାରିଛନ୍ତି । ବଙ୍କାପଲା ପଦରପଡା ଛକ ନିକଟରେ ସୋମବାର ସଂଧ୍ୟାରେ ଘଟିଥିଲା ଦୁର୍ଘଟଣା । ଏଥିରେ ଦୁଇ ଜଣ ବ୍ୟକ୍ତି ଗୁରୁତର ହେଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ସଙ୍କାଟାପନ୍ନ ଥିଲା । ଗୁରୁତର ଆହତ ବ୍ୟକ୍ତି ମାନଙ୍କୁ ସ୍ଥାନୀୟ ଲୋକଙ୍କ ଠାରୁ ସୁଚନା ପାଇ କଲମପୁର ଅଗ୍ନିଶମ ବାହିନୀ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

- Advertisement -

କିନ୍ତୁ ସଙ୍କଟାପନ୍ନ ଥିବା ଥୁଆମୁଳ ରାମପୁର ଥାନା ଅଧିନସ୍ଥ କୁମାରକାନୀ ଗ୍ରାମର ଳଳିତ ମୋହନ ଛତ୍ରିଆଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବିଳମ୍ବିତ ରାତିରେ ଲଳିତଙ୍କ ମୃତ୍ୟୁ ଘଟିଛି ।
ସୁଚନା ଅନୁସାରେ କୁମାରକାନୀ ଗ୍ରାମର ଲଳିତ, ମନୋଜ ନାଏକ ଏବଂ ସିନ୍ଧିପଦର ଗ୍ରାମର ପରମାନନ୍ଦ ନାଏକ ନାମକ ୩ ଯୁବକ ଏକ ପଲସର ବାଇକ ଯୋଗେ ଜୁନାଗଡ କଲମପୁର ରାସ୍ତା ଦେଇ ନିଜ ଗାଁ କୁମାରକାନୀକୁ ଫେରୁଥିବା ବେଳେ ବଙ୍କାପଲା ପଦରପଡା ଛକ ନିକଟରେ ଅନ୍ୟ ଏକ ଅଜଣା ବାଇକ ସେମାନଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହେଇଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories