www.samajalive.in
Sunday, December 14, 2025
26.1 C
Bhubaneswar

୧୪ ଦିନ ବଢିଲା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଉଜ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ୧୪ ଦିନ ବୃଦ୍ଧି କରିଛନ୍ତି। ଏବେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସିସୋଦିଆ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି ଏବଂ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସିବିଆଇ ମାମଲାରେ ନ୍ୟାୟିକ ହେପାଜତ ଶେଷ ହେବା ପରେ ଭିସି ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲାରେ ସିବିଆଇ କହିଛି ଯେ, ତଦନ୍ତ ଏବେ ଜାରି ରହିଛି ଏବଂ ଏହା ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଅଛି।

ତେବେ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସେ ଇଡି ହେପାଜତରେ ଅଛନ୍ତି। ଏହି ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ଶୁକ୍ରବାର ସିସୋଦିଆଙ୍କୁ ପୁଣି ୫ଦିନ ପାଇଁ ଅର୍ଥାତ୍‌ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇଥିଲେ। ଇଡି କୋର୍ଟରେ କହିଥିଲା ଯେ, ଉପରାଜ୍ୟପାଳ ଯେତେବେଳେ ଏ ବିଷୟରେ ଅଭିଯୋଗ କରିଥିଲେ ସେତେବେଳେ ମନୀଷ ତାଙ୍କ ଫୋନ ବଦଳାଇ ଦେଇଥିଲେ କିନ୍ତୁ ଏଜେନ୍ସି ତାଙ୍କ ମୋବାଇଲ୍ ତଥ୍ୟ ଉଦ୍ଧାର କରିଛି। ବର୍ତ୍ତମାନ ଏଜେନ୍ସି ତାଙ୍କ ମୋବାଇଲ୍ ଏବଂ ଇମେଲରୁ ବାହାର କରାଯାଇଥିବା ତଥ୍ୟକୁ ବିଶ୍ଳେଷଣ କରୁଛି ଏବଂ ଏବେ ମନୀଷଙ୍କୁ ପ୍ରଶ୍ନ ପଚାରିବାର ଅଛି।

- Advertisement -

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଅର୍ଥ ହେରଫେର ସଂକ୍ରାନ୍ତୀୟ ମାମଲାରେ ସିସୋଦିଆଙ୍କୁ ମାର୍ଚ୍ଚ ୯ରେ ତିହାର ଜେଲରୁ ଗିରଫ କରିଥିଲା ଇଡି। ଏହାପରେ ମାର୍ଚ୍ଚ ୧୦ରେ ସିସୋଦିଆଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ସିସୋଦିଆଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ନିବେଦନ କରିଥିଲା ଇଡି। ୭ ଦିନ ଅର୍ଥାତ୍‌ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ପଠାଇଥିଲେ। ୧୭ ତାରିଖ ଦିନ ପୁଣି ଆଉ ୫ ଦିନ ପାଇଁ ଅର୍ଥାତ୍‌ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସିସୋଦିଆଙ୍କୁ ଇଡି ହେପାଜତକୁ ପଠାଇଥିଲେ କୋର୍ଟ। ଏହାପୂର୍ବରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ରେ ସିବିଆଇ ତାଙ୍କୁ ୮ ଘଣ୍ଟା ପଚରାଉଚରା କରିବା ପରେ ଗିରଫ କରିଥିଲା। ସିସୋଦିଆଙ୍କ ଜାମିନ ଆବେଦନ ଉପରେ ମାର୍ଚ୍ଚ ୨୧ ଅପରାହ୍ନ ୨ଟାରେ ଶୁଣାଣି କରିବେ କୋର୍ଟ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories