www.samajalive.in
Saturday, December 13, 2025
26.1 C
Bhubaneswar

ବାହ୍ୟ ପ୍ରଭାବରୁ ବିଚାର ବିଭାଗକୁ ମୁକ୍ତ ରଖାଯିବା ଆବଶ୍ୟକ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବାହ୍ୟ ପ୍ରଭାବରୁ ବିଚାର ବିଭାଗକୁ ମୁକ୍ତ ରଖାଯିବା ଆବଶ୍ୟକ ବୋଲି ଶନିବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିବା ସହ ଏପରି କରାଯିବା ଦ୍ବାରା ବିଚାର ବିଭାଗର ସ୍ବାଧୀନତାକୁ ବଜାୟ ରଖାଯାଇ ପାରିବ ବୋଲି ମତ ଦେଇଛନ୍ତି। ଏଠାରେ ଅୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ଡିୱାଇ ଚନ୍ଦ୍ରଚୂଡ଼ ବିଚାରପତି ନିଯୁକ୍ତି କ୍ଷେତ୍ରରେ ଥିବା କଲେଜିୟମ୍‌ ବ୍ୟବସ୍ଥା ପ୍ରତି ନିଜର ସମର୍ଥନବ୍ୟକ୍ତ କରିଥିଲେ। ନିଜ ଉଦ୍‌ବୋଧନରେ ପ୍ରଧାନ ବିଚାରପତି କହିଥିଲେ ବିଚାର ବିଭାଗର ସ୍ବାଧୀନତା ବଜାୟ ରଖିବା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ। ବାହ୍ୟ ପ୍ରଭାବରୁ ମୁକ୍ତ ରହିଥିଲେ ଏହି ଲକ୍ଷ୍ୟ ପୂରଣ ହୋଇପାରିବ। ବିଚାର ବିଭାଗକୁ ବାହ୍ୟ ପ୍ରଭାବରୁ ମୁକ୍ତ ରଖିବାକୁ ହେ​‌େ​‌ଲ ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମ୍‌ ବ୍ୟବସ୍ଥା ଠାରୁ ଭଲ ବ୍ୟବସ୍ଥା ଆଉ କିଛି ନାହିଁ। କଲେଜିୟମ୍‌ ବ୍ୟବସ୍ଥା ପ୍ରତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ଅସନ୍ତୋଷବ୍ୟକ୍ତ କରୁଥିବା ସମ୍ପର୍କରେ ମତ ଦେଇ ପ୍ରଧାନ ବିଚାରପତି କହିଥିଲେ କୌଣସି ବ୍ୟକ୍ତ ଭିନ୍ନ ମତ ପୋଷଣ କରିବାରେ କୌଣସି ଅସୁବିଧା ନାହିଁ। ତେବେ ଆଇନ ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଉପରେ ଟିପ୍ପଣୀ କରି ସ୍ଥିତିକୁ ଅଧିକ ଖରାପ କରିବାକୁ ସେ ଚାହାନ୍ତି ନାହିଁ। ଅନ୍ୟପକ୍ଷରେ କୌଣସି ମାମଲାର ବିଚାର ସମୟରେ ସରକାରଙ୍କ ତରଫରୁ ନ୍ୟାୟାଳୟ ଉପରେ କୌଣସି ପ୍ରକାର ଚାପ ପକାଯାଉନଥିବା ପ୍ରଧାନ ବିଚାରପତି ସ୍ପଷ୍ଟ କରି ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories