ରେଙ୍ଗାଲି: ଠେଲକୋଲୋଇ ଠାରେ ଥିବା ଜେଏସଡ୍ଳୁ-ଭୂଷଣ କାରଖାନା ପରିସରରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ଅନୁଷ୍ଠିତ ହୋଇ ଯାଇଛି। କାରଖାନାର ନିର୍ଦ୍ଦେଶକ ଅନିଲ କୁମାର ସିଂହ, ଫେକ୍ଟ୍ରି ଏଣ୍ଡ୍ ବଏଲର୍ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର ଉମାକାନ୍ତ ସାମନ୍ତରାୟ, ଜେଏସଡ୍ଳୁ-ଭୂଷଣର ସିଇଓ ଉମେଶ ରାୟ ଅତିଥି ରୂପେ ଉପସ୍ଥିତ ରହି ସୁରକ୍ଷା ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରରେ ସମବେତ କର୍ମଚାରୀଙ୍କୁ ଉଦବୋଧନ ଦେଇ ସୁରକ୍ଷା ନିୟମକୁ ନିଷ୍ଠା ଓ ଆନ୍ତରିକତାର ସହିତ ଅନୁପାଳନ କରି କାରଖାନାକୁ ଦୁର୍ଘଟଣା ଶୂନ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସୁରକ୍ଷାକୁ ସମସ୍ତେ ଜୀବନର ବ୍ରତ ରୂପେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସୁରକ୍ଷା ସପ୍ତାହ ଉପଲକ୍ଷେ ସୁରକ୍ଷା ଉପକରଣ ସମ୍ପର୍କିତ ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା। ଏହା ବ୍ୟତୀତ କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା ସମ୍ପର୍କିତ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
Popular Categories



