www.samajalive.in
Sunday, December 14, 2025
16.1 C
Bhubaneswar

୫-ଟି ସଚିବଙ୍କ ମାଣ୍ଡାଡ଼ଙ୍ଗରି ପରିଦର୍ଶନ, ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ

ନବରଙ୍ଗପୁର: ରାଜ୍ୟସରକାର ଙ୍କର ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କର ନବରଙ୍ଗପୁର ଜିଲା ଗସ୍ତର ଦ୍ଵିତୀୟ ଦିବସରେ ଶନିବାର ଦିନ ପ୍ରଥମେ ନବରଙ୍ଗପୁର ବ୍ଲକ ଅଂଚଳର ମାଣ୍ଡାଡଙ୍ଗରୀରେ ଥିବା ପ୍ରସିଦ୍ଧ ଝାଡ଼େଶ୍ବର ଶୈବପୀଠକୁ ଯାଇ ପୂଜା ଅର୍ଚ୍ଚନା କରିଥିଲେ। ଏହି ଶୈବପୀଠ ଠାରେ ବାସି ଶିବରାତ୍ରୀ ବେଶ ଲୋକପ୍ରିୟ। ଏହି ଶୈବପୀଠ ମନ୍ଦିରର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀ ପାଣ୍ଡିଆନ ଜିଲ।ପାଳ ଡ଼ଃ. କମଳ ଲୋଚନ ମିଶ୍ରଙ୍କୁ ଆସନ୍ତା ୧୫ଦିନ ମଧ୍ୟରେ ସବିଶେଷ ପ୍ଲାନ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ।

ଏହା ପରେ ସେ ପାପଡାହାଣ୍ଡି ବ୍ଲକ ଜଟାବାଲ ଏସଏସଡି ହାଇସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସ୍କୁଲର ଭିତ୍ତିଭୂମି ବିକାଶ ନେଇ ପ୍ରତିଶ୍ରୁତି ଦେଇଥିଲେ। ଉମରକୋଟ ଅଭିମୁଖେ ଯାଇ ସେଠାରୁ ଝରୀଗାଁ ବ୍ଲକ ସ୍ଥିତ ବିଡ଼ର୍ରି ଦେବୀ ମନ୍ଦିର, ପୋଡ଼ାଗଡ ଭୈରବ ମନ୍ଦିର ଦର୍ଶନ କରିବା ପରେ ଉମରକୋଟ ଆରଏମସି ପରିସର ମଧ୍ୟରେ ସ୍ୱୟଂ ସହାୟିକା ଦଳ ଗୁଡିକ ସହ ଆଲୋଚନା ପରେ ଝରିଗାଁ ଚଚା ପଞ୍ଚୟତର ସତୀଘାଟ ନଦୀ ନିକଟକୁ ଯାଇ ବହୁ ପ୍ରତୀକ୍ଷିତ ପ୍ରସ୍ତାବିତ ସତିଘାଟ ନଦୀ ଉପରେ ଡ୍ୟାମ ନିର୍ମାଣ ପାଇଁ ସେହି ଅଂଚଳ ପରିଦର୍ଶନ କରିଥିଲେ। ପରେ ଚନ୍ଦାହାଣ୍ଡି ବ୍ଲକର ତେଲନଦୀ ଉପରେ ବହୁ ପ୍ରତୀକ୍ଷିତ ବ୍ୟାରେଜ ନିର୍ମାଣ ଓ ଚୋରେଇ ନଦୀ ଉପରେ ଡ୍ୟାମ ନିର୍ମାଣ ଅଂଚଳ ପରିଦର୍ଶନ କରିଥିଲେ। ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories