ଚୌଦ୍ୱାର: ବିଶିଷ୍ଟ ଶ୍ରମିକ ନେତା ତଥା ଚୌଦ୍ୱାର ସାହିତ୍ୟ ସଂସଦର ପ୍ରତିଷ୍ଠାତା ସ୍ୱର୍ଗତ ବନମାଳୀ ଦାସଙ୍କ ୯୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଓଟିଏମ୍ କଲେନୀସ୍ଥିତ ବନମାଳୀ ଷ୍ଟୋର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦ ସେବାକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଅତିଥି ଭାବେ ଯୋଗଦେଇ ବନମାଳୀ ବାବୁଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତିଚାରଣ କରିଥିଲେ। ସାହିତ୍ୟ ସଂସଦ ସଭାପତି ବିଶ୍ୱକଲ୍ୟାଣ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସୁବ୍ରତ କୁମାର ସାମଲ, କେ.ସି.ପ୍ରତାପ ସିଂ, ମାନସ ରଞ୍ଜନ ସାମଲ, ଶରତ କୁମାର ଖୁଣ୍ଟିଆ, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ଶିବ ପ୍ରସାଦ ପତି, କୈଳାସ ସାହାଣୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନର ଶ୍ରମିକଙ୍କ କଲ୍ୟାଣ ନିମନ୍ତେ ବନମାଳୀ ବାବୁଙ୍କ ମହତ୍ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସଂପାଦକ ଦିବ୍ୟଜ୍ୟୋତି ପାଣି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସରିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Popular Categories



