www.samajalive.in
Sunday, December 14, 2025
26.1 C
Bhubaneswar

ଗ୍ରାମକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡିଲେ ମହିଳା

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଦହିସରା ଗ୍ରାମକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସେହି ଗ୍ରାମର ମହିଳାମାନେ। ଦହିସରା ଅଞ୍ଚଳରେ ପ୍ରଚୁର ଦେଶୀମଦ ସହିତ ଗଞ୍ଜେଇ ଆଦି ବିକ୍ରି ହେଉଥିବାରୁ ସେହି ଗ୍ରାମରେ ଅନେକ ସମୟରେ ଅଶାନ୍ତ ବାତାବରଣ ସୃଷ୍ଟି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି। ଏହା ସହିତ ଗରିବଗୁରୁବା ଓ ଦିନମଜୁରିଆ ନିଜର ପ୍ରତିଦିନର ରୋଜଗାରକୁ ଏହି ନିଶାସେବନରେ ବ୍ୟୟ କରୁଥିବାରୁୁ ପରିବାର ପୋଷଣ ମଧ୍ୟ କଷ୍ଟସାଧ୍ୟ ହେଉଛି। ଏହାକୁ ନେଇ ଦହିସରା ଗ୍ରାମରେ ଥିବା ୧୫ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବିଭିନ୍ନ ସମୟରେ ଆଠଗଡ଼ ଅବକାରୀ ବିଭାଗ ଏବଂ ପୁଲିସକୁ ମଦ ଓ ନିଶାଦ୍ରବ୍ୟ ବିକ୍ରୟ ଉକ୍ତ ଗ୍ରାମରେ ବନ୍ଦ କରିବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଏ ଦିଗରେ ସଂପୃକ୍ତ ବିଭାଗ ପକ୍ଷରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଶେଷରେ ମହିଳାମାନେ ମଦମୁକ୍ତ ଗ୍ରାମ ପାଇଁ ନିଷ୍ପତ୍ତି ନେଇ ଏଥିଲାଗି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ସଦସ୍ୟମାନେ ଅଣ୍ଟା ଭିଡିଥିବା ଜଣାପଡ଼ିଛି। ଦହିସରା ଗ୍ରାମର ବିଭିନ୍ନ ସାହିରେ ପ୍ରାୟ ୬ଟିରୁ ଅଧିକ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ସମେତ କେତେକ ସ୍ଥାନରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଥିବା ସଂପୃକ୍ତ ମହିଳାମାନେ ଅଭିଯୋଗ କରିଥିଲେ। ଶନିବାର ମହାକାଳବସ୍ତ ପଞ୍ଚାୟତର ନାଏବ ସରପଞ୍ଚ ଅଶୋକ ରାଉଳ, ନଳିନୀ ରାଉତ, ସବିନା ରାଉତ, ବାସନ୍ତି ମଲ୍ଲିକ, ମାନସୀ ପାଢ଼ୀ, ରମା ରାଉତ, କୁମୁଦିନୀ ଦାସ, ଝରଣା ବାରିକ, ମିନତୀ ରାଉତ ଓ କଳ୍ପନା ବ୍ରହ୍ମଙ୍କ ନେତୃତ୍ୱରେ ଶତାଧିକ ମହିଳା ବିଭିନ୍ନ ସାହିରେ ମଦ ଓ ଗଞ୍ଜେଇ ବିକ୍ରି କରୁଥିବା ବ୍ୟକ୍ତି ବିଶେଷଙ୍କୁୁ ମୁଣ୍ଡିଆମାରି ମଦ ଓ ଗଞ୍ଜେଇ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ନିବେଦନ କରିଥିଲେ। ଯଦି ସେମାନେ ଅନୁରୋଧ ରକ୍ଷା ନକରି ପୁନର୍ବାର ମଦ ଓ ଗଞ୍ଜେଇ ଆଦି ନିଶା ପଦାର୍ଥ ବିକ୍ରୟ କରିବେ ତେବେ ଯେଉଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସେମାନେ ଦାୟୀ ରହିବେ ବୋଲି ମହିଳା ଗୋଷ୍ଠୀ ପକ୍ଷରୁ ଚେତାଇ ଦିଆଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories