www.samajalive.in
Saturday, December 13, 2025
26.1 C
Bhubaneswar

ଅସନପାଟରେ ଛଉ ବୃତ୍ତଚିତ୍ର ନିର୍ମାଣ ନିମନ୍ତେ ସ୍ୱତନ୍ତ ବୈଠକ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଅସନପାଟ ଜିଲାର ଏକ ସଂସ୍କୃତି ସଂପନ୍ନ ଗ୍ରାମ ଭାବେରେ ପ୍ରାଚୀନ କାଳରୁ ପ୍ରସିଦ୍ଧ ଲାଭ କରିଛି। ଏହି ଗ୍ରାମ କଳାର ଗ୍ରାମ ଭାବରେ ଜିଲାରେ ତାର ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିଛି। ଶନିବାର ଦିନ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶ୍ୟାମହରି ଚକ୍ରଙ୍କ ପୌରହିତରେ ଅସନପାଟ ହାଟ ପଡ଼ିଆ ପରିସର ମଧ୍ୟରେ ଛଉ ବୃତ୍ତଚିତ୍ର ନିର୍ମାଣ ନିମନ୍ତେ ଏକ ସ୍ୱତନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ ବୈଠକରେ କାନାଡାର ବୃତ୍ତଚିତ୍ର ନିର୍ମାତା କିଶଳୟ ରାୟ ଯୋଗଦାନ କରିଥିଲେ। ସେହିପରି ବମ୍ବେ ଆଇଆଇଟିର ଗବେଷକ ସାଂସ୍କୃତିକ ଅମୃତ ଚିରୋସ୍ମିତା, ତରୁଣକାନ୍ତ ଓଝା, ପ୍ରମୋଦ କୁମାର ମହାକୁଡ ପ୍ରମୁଖ ଯୋଗଦାନ କରିଥିଲେ। ଅସନପାଟ ଛଉ ନୃତ୍ୟୁକୁ ସମଗ୍ର ଭାରତ ବର୍ଷରେ କିପରୀ ପ୍ରସାରୀତ କରାଯାଇ ପାରିବ ଅସନପାଟର ଗୌରବ ହେଉଛି ଛଉ ନୃତ୍ୟ। ବର୍ତ୍ତମାନ ଛଉ ନୃତ୍ୟର ପ୍ରସାର ପ୍ରଚାର ବହୁ ମାତ୍ରାରେ କମି ଯାଇଛି ଏହାର କାରଣ ବର୍ତ୍ତମାନ ଆଧୁନିକ ଚାକଚକ୍ୟରେ ଯୁବ ସମାଜ ମତୁଆଲ ହୋଇଛନ୍ତି। ଆଧୁନିକ ସମାଜରେ ସର୍ବପୁରାତନ ଛଉ ନୃତ୍ୟକୁ ବଞ୍ଚାଇ ଆସୁଥିବା ଛଉ କାଳ ମାନଙ୍କ ଆତ୍ମ ଜୀବନକିକୁ ଏହି ବୃତ୍ତ ଚିତ୍ର ମାଧ୍ୟମରେ ଲୋକ ଲୋଚନକୁ ଆଣିବା ଦିଗରେ ଶ୍ରୀ ରାୟ ପଦକ୍ଷେପ ନେଇଥିବାରୁ ଶ୍ରୀରାୟଙ୍କ ଏହି ପଦକ୍ଷେକକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି। ଅସନପାଟ ଛଉ ନୃତ୍ୟର ଟିକିନିଖି ତଥ୍ୟ ପ୍ରଦାନ କରିବା ପାଇଁ ଗ୍ରାମର ବରିଷ୍ଠ ସଦସ୍ୟ ମାନେ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ସ୍ୱଇଚ୍ଛାରେ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ଏହି ସ୍ୱତନ୍ତ ବୈଠକରେ ଉପସ୍ଥିତ ରହିଥିଲେ ଶିକ୍ଷାବିତ୍‌‌ ଡମ୍ବରୁଧର ନାଏକ,କମ୍ପାନୀ ନାଏକ, ଶରତ ଚନ୍ଦ୍ର ନାଏକ, ଶିବାଜୀ ନାଏକ, ଉପେନ୍ଦ୍ର ନାଏକ, ମହେନ୍ଦ୍ର ନାଏକ, ଜେଠୁରାମ ମହାକୁଡ, ରଞ୍ଜନ କୁମାର ନାଏକ, ଅମ୍ବିକା ନାଏକ, ଅର୍ଜନୁ ଚରଣ ନାଏକ, ବିମଲ ନାଏକ, ସମିତି ସଭ୍ୟା ଜୟନ୍ତ୍ରୀ ମହାକୁଡ ପ୍ରମୁଖ ଛଉର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଥିଲେ। ଗ୍ରାମବାସୀ ଆସିଥିବା ବୃତ୍ତଚିତ୍ର ନିର୍ମାତା ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ କୌଣସି ସମୟରେ ବୃତ୍ତଚିତ୍ର ନିର୍ମାଣ ପାଇଁ ଯେଉଁ ଉପକରଣ ଆବଶ୍ୟକ ହେବ ତାଙ୍କୁ ସଂପୂର୍ଣ୍ଣ ଭାବରେ ପ୍ରଦାନ କରିବା ସହିତ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବାକୁ ପ୍ରତିଶୃତି ପ୍ରଦାନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories