www.samajalive.in
Sunday, December 14, 2025
14.1 C
Bhubaneswar

ନିମ୍ନମାନର ମଧ୍ୟାହ୍ନ ଭୋଜନ, ସ୍କୁଲରେ ଉତ୍ତେଜନା

ଝୁମ୍ପୁରା: ଝୁମ୍ପୁରା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଅତ୍ୟନ୍ତ ନିମ୍ନମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରୁଥିବାରୁ ପିଲାମାନେ ମଧ୍ୟାହ୍ନ ଭୋଜନକୁ ନ ଖାଇ କୁକୁରଙ୍କୁ ଭାତ ସହିତ ଅଣ୍ଡା ଗୁଡିକ ଦେଉଥିବା ଦେଖିବାକୁ ମିଳିଛି ବ୍ଲକର ନିଶ୍ଚିନ୍ତପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ମଧ୍ୟାହ୍ନ ଭୋଜନକୁ ପରିଚାଳିତ କରୁଛନ୍ତି ଗ୍ରାମରେ ରହିଥିବା ସ୍ୱର୍ଣ୍ଣଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠି। ସରକାର ପିଲା ମାନଙ୍କୁ ପ୍ରତିଦିନ ଯେଉଁ ଖାଦ୍ୟ ଦେବା ପାଇଁ ସାରଣୀ ପ୍ରସ୍ତୁତ କରିଛନ୍ତି ସେହି ସାରଣୀ ଅନୁସାରେ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳିନଥାଏ। ପ୍ରତିଦିନ ଡାଲିରେ ଅମୃତ ଭଣ୍ଡାକୁ ମିଶାଇ ପାଣିଆ କରି ଦେଇଥାନ୍ତି। ଯାହା ଫଳରେ ପିଲାମାନେ ଉକ୍ତ ପାଣିଆ ଡାଲିକୁ ନଖାଇ ବାହାରେ ଫୋଫାଡି ଦେଇଥାନ୍ତି। ନିୟମିତ ଗୋଟାଏ ପ୍ରକାର ତରକାରୀ କାହିଁକି ପ୍ରଦାନ କରାଯାଉଛି ବୋଲି ସ୍କୁଲ ପିଲା ଶିକ୍ଷକ ମାନଙ୍କ ପାଖରେ ଅଭିଯୋଗ କଲେ ଶିକ୍ଷକ ମାନେ ପିଲା ମାନଙ୍କୁ ନାଲିଆଖି ଦେଖାଇ ତାଙ୍କର ମୁହିଁକୁ ବନ୍ଦ କରି ଦେଇଥାନ୍ତି। ଏପଟେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ମଧ୍ୟାହ୍ନ ଭୋଜନ ପରିଚାଳିତ କରୁଥିବା ସଦସ୍ୟା ତଥା ପାଚିକା ଏବଂ ତାଙ୍କ ସହାୟିକା ମାନଙ୍କ ପାଇଁ ସ୍ୱତନ୍ତ ଭାବରେ ରୋଷେଇ କରାଯାଥାଏ ବୋଲି ବିଦ୍ୟାଳୟ ପିଲାମାନେ ଅଭିଯୋଗ କରିଛନ୍ତି। ଖାଲି ନିଶ୍ଚିନ୍ତପୁର ସ୍କୁଲ କାହିଁକି ବ୍ଲକର ଅନ୍ୟ ସ୍କୁଲରେ ମଧ୍ୟ ପିଲାଙ୍କୁ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଉଥିଲେ ମଧ୍ୟ ବ୍ଲକ ଶିକ୍ଷାଅଧିକାରୀ, ଅତିରିକ୍ତ ବ୍ଲକଶିକ୍ଷାଅଧିକାରୀ, ସିଆରସିସି ମାନେ ସ୍କୁଲ ଗୁଡିକୁ ଦିନକ ପାଇଁ ମଧ୍ୟ ପରିଦର୍ଶନ କରିବାକୁ ଯାଉ ନାହାନ୍ତି କିମ୍ବା ପିଲାଙ୍କ ମଧ୍ୟାହ୍ନ ଭୋଜନ ଯାଞ୍ଚ ମଧ୍ୟ କରୁ ନାହାନ୍ତି। ଶନିବାର ଦିନ ନିଶ୍ଚିନ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ପଚା ଅଣ୍ଡା ମଧ୍ୟାହ୍ନ ଭୋଜନରେ ଦେଇଥିବାରୁ ପିଲା ମାନେ ଉକ୍ତ ଅଣ୍ଡା ସହିତ ଭାତକୁ ବାହାରେ ପିଙ୍ଗି ଦେବା ସହିତ ଏ ସମ୍ପର୍କରେ ପିଲା ମାନେ ନିଜ ନିଜ ଅଭିଭାବକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ମଧ୍ୟାହ୍ନ ଭୋଜନ ପରିଚାଳନା କରୁଥିବା ସଦସ୍ୟା ମାନଙ୍କ ଖାମଖିଆ ନୀତିକୁ ବିରୋଧ କରି କିଛି ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପିଲାଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରିବା ପାଇଁ ତାଗିଦ କରିଥିଲେ। ବିଦ୍ୟାଳୟ ପରିସର ମଧ୍ୟରେ ମଧ୍ୟାହ୍ନ ଭୋଜନକୁ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିବା ସମ୍ପର୍କରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ପ୍ରଫୁଲ ମହାନ୍ତ ଖବର ପାଇ ସଙ୍ଗେ ସଙ୍ଗେ ସ୍କୁଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହିତ ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ରହିଥିବା ସ୍ୱୟଂ ସହାୟକ ଗୋଷ୍ଠି ସହିତ ଶିକ୍ଷକ, ପାଚିକା, ଅଭିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ। ଏବିଓ ଆଗାମୀ ଦିନରେ ଏପରୀ କୌଣସି ତୃଷ୍ଟି ଦେଖା ଦେଲେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିରୋଧ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଭିଭାବକ ମାନଙ୍କୁ ପ୍ରତିଶୃତି ଦେଇଥିଲେ। ଏବିଓଙ୍କୁ ବିଚାରକୁ ଅଭିଭାବକ ମାନେ ମାନିନେବା ସହିତ ମଧ୍ୟାହ୍ନ ଭୋଜନ ପରିଚାଳନା ସଠିକ ଭାବରେ କରିବା ଦିଗରେ ବ୍ଲକ ଶିକ୍ଷାଅଧିକାରୀଙ୍କ ନିଶ୍ଚିନ୍ତପୁର ସ୍କୁଲ ଉପରେ ରଖନ୍ତୁ ବୋଲି ଦାବି ରଖିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories