www.samajalive.in
Sunday, December 14, 2025
15.1 C
Bhubaneswar

ମାଟ୍ରିକ ପ୍ରଶ୍ନପତ୍ରରେ ମୁଦ୍ରଣଜନିତ ତ୍ରୁଟି- ଛାତ୍ରଛାତ୍ରୀ ଚିନ୍ତା ନ କରିବା ପାଇଁ କହିଲେ ମାଧ୍ୟମିକ ଶିକ୍ଷ ପରିଷଦର ସଭାପତି

ଭୁବନେଶ୍ୱର – ମାଟ୍ରିକ ପରୀକ୍ଷାର ଇତିହାସ ଏବଂ ଭୁଗୋଳର ପ୍ରଶ୍ନପତ୍ରରେ ମୁଦ୍ରଣ ଜନିତ ତ୍ରୁଟି ହୋଇଥିବା କଥା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ପରିଷଦର ସଭାପତି ରାମାଶିଷ ହାଜାର ଏ ବିଷୟରେ ଛାତ୍ରଛାତ୍ରୀଙ୍କୁ ବ୍ୟସ୍ତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆଉଥରେ ପରୀକ୍ଷା କରାଯିବ ନାହିଁ । ମୂଲ୍ୟାୟନ (ମାର୍କ ଦିଆଯିବା ସମୟ)ରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଅଗ୍ରାଧିକର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଗୋଟିଏ ସେଟ୍‌ ପ୍ରଶ୍ନପତ୍ରରେ ଏହି ମୁଦ୍ରଣ ଜନିତ ତ୍ରୁଟି ଆସିଥିଲା । ଏଥିପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ ନହେବା ପାଇଁ କୁହାଯାଇଛି । ତେବେ କେଉଁ ପରିସ୍ଥିତିରେ ଏହି ମୁଦ୍ରଣ ଜନିତ ତ୍ରୁଟି ହେଲା ପରିଷଦ ସେ ବିଷୟରେ ତଦନ୍ତ କରିବ । ଆଗକୁ ଏପରି ତ୍ରୁଟି ପାଇଁ ସତର୍କ ଏବଂ ଯତ୍ନବାନ ହେବେ ବୋଲି ସେ ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories