www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ଦିର ଜାଗା ଜବରଦଖଲ ନେଇ ଉତ୍ତେଜନା, ନିଷିଦ୍ଧାଞ୍ଚଳ ଘୋଷଣା କଲା ପ୍ରଶାସନ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଗ୍ରାମର ଇରିକେସନ କଲୋନି ନିକଟରେ ଥିବା ଗ୍ରାମର ଭୀମାକାଳୁଆ ମନ୍ଦିର ଜାଗାକୁ ଘୁଡ଼ାପଙ୍କା ଗ୍ରାମର ସେବସ୍ତିୟନ୍ ନାୟକ ଜବରଦଖଲ କରିଥିବା ନେଇ ଉତ୍ତେଜନା ଅଡବାରେ ବହୁବାର ଉତେଜନା ସୃଷ୍ଠି ହୋଇଥିଲା। ଯାହାକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ସମୟ ସୀମା ବଢିବାରେ ଲାଗିଥିଲା। ଏହାର ପ୍ରତିବାଦ କରି ଶୁକ୍ରବାର ଦିନ ଅଡବା ଗ୍ରାମର ମହିଳା ସଙ୍ଘର ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ଦୋକାନ ବଜାର ବନ୍ଦ କରିବା ସହ ଜବରଦଖଲ କାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ସ୍ଥାନ ଖାଲି କରିବା ପାଇଁ ଦାବି କରିଥିଲେ। ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଉକ୍ତ ଜାଗାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ଘୋଡାପଙ୍କା ଗ୍ରାମର କାମିଏଲ୍ ନାୟକ ନାମକ ଜଣେ ବ୍ୟକ୍ତି ଗତ ତିନି ବର୍ଷ ଧରି ଉକ୍ତ ମନ୍ଦିର ଜାଗାକୁ ଜବରଦଖଲ କରି ରଖିବା ସହ ସେଠାରେ ଥିବା ମୂଲ୍ୟବାନ ଶାଳ, ପିଆଶାଳ ଗଛ ସବୁ କାଟି ଦେଇଥିବା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଲୋକେ ପ୍ରଶାସକଙ୍କୁ ଅଵଗତ କରିଥିଲେ କିନ୍ତୁ କୌଣସି ସୁଫଳ ନମିଳିବାରୁ ଆଜି ସମସ୍ତ ଗ୍ରାମବାସୀ ଏକ ହୋଇ ପୁଲିସ ଏବଂ ତହସିଲ ପ୍ରଶାସନକୁ ଉକ୍ତ ଜାଗାକୁ ଡକାଇଥିଲେ। ମୋହନା ତହସିଲ ପକ୍ଷରୁ ଉକ୍ତ ସ୍ଥାନରେ ନାଲି ପତାକା ପୋତାଯାଇଛି। ଆସନ୍ତା ଏପ୍ରିଲ ୭ ତାରିଖରେ ଉକ୍ତ ଜାଗା ସମ୍ପର୍କରେ ଶୁଣାଣି ଜ଼ିଲ୍ଲାପାଳଙ୍କ ଦ୍ୱାରା ହେବାପାଇଁ ଥିବା ବେଳେ ସେ ପର୍ୟ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ୧୪୪ଧାରା ଲାଗୁ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories