ପାଟଣା: ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସଭାକକ୍ଷରେ ଆଜି ଏକଦିବସିୟ ତମାଖୁ ନିୟନ୍ତ୍ରଣ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ୟ୍ୟକ୍ରମ ଓ ସିଗାରେଟ ତମାଖୁଜାତ ଅଧିନିୟମ ୨୦୨୩କୁ ସଫଳ କରାଇବା ଓ ନିଜନିଜ ପଞ୍ଚାୟତ ଅଞ୍ଚଳକୁ ତମାଖୁ ମୁକ୍ତ କରାଇବା ପାଇଁ ମାର୍ଗ ଦର୍ଶନ ଦିଆଯାଇଥିଲା। ବ୍ଲକ ଅଞ୍ଚଳର ୧୯ ଜଣ ସରପଞ୍ଚ ଏଥିରେ ଶିବିରାର୍ଥୀ ଭାବେ ଯୋଗ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ଲକ୍ଷ୍ମଣ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ କେନ୍ଦୁଝରରୁ ଜିଲ୍ଲା ତମାଖୁ ନିୟନ୍ତ୍ରଣ ଅଧିକାରିଣୀ ସୁଜାତା କବି, ପାଟଣା ଥାନା ଏସଆଇ ମନୋରମା ସ୍ୱାଇଁ, ପାଟଣା ସହ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ଓଝା, ଭାରତ ସଂଗଠନର ରଣଜିତ ମହାନ୍ତ, ବିପିଏମ ଦୀପକ କୁମାର ନାୟକ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ସେଠୀ ପ୍ରମୁଖ ଶିବିରାର୍ଥୀ ମାନଙ୍କୁ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମାର୍ଗ ଦର୍ଶନ କରିଥିଲେ। ବଡ଼ପାଟଣା ସରପଞ୍ଚ ବିନତି ବାନାରା, ଚିନାମାଳିପଶି ସରପଞ୍ଚ ଝୁମିତା ନାୟକ, ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ, ଡୁମୁରିଆ ସରପଞ୍ଚ ଗୌରହରି ନାଏକ ପ୍ରମୁଖ ମୋଟ ୧୯ ଜଣ ସରପଞ୍ଚ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।
Popular Categories



