www.samajalive.in
Sunday, December 14, 2025
23.1 C
Bhubaneswar

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ପାଲା ମାଧ୍ୟମରେ ସଚେତନତା

ଗୁରୁଡିଝାଟିଆ:  ଜଳୁଛି ଜଙ୍ଗଲ । ବନ୍ୟପ୍ରାଣୀ ବିପଦରେ ।ଜଙ୍ଗଲ ଜଳିବା କ୍ଷେତ୍ରରେ ସାରା ଦେଶରେ ଓଡିଶା ପ୍ରଥମ। ଏଥିରୁ ବାଦ ପଡିନି ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳ । କିଛି ଦିନ ତଳେ ସୁବାସୀ ସଂରକ୍ଷିତ ଜଙ୍ଗଲ ଜଳୁଥିଲା । ବନ ବିଭାଗ ନିଆଁ ଲିଭାଇବା ପାଇଁ ନାକେଦନ ହୋଇଥିଲା । କୋଉଠି ନା କୋଉଠି ମଣିଷ ନିଜର ଖାମଖିଆଲ ମନୋଭାବ ଓ ପୁଣି କେଉଁଠି ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଛି । ଏହାକୁ ରୋକିବା ପାଇଁ ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳରେ ପାଲା ଜରିଆରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜଙ୍ଗଲ ନିକଟବର୍ତ୍ତି ଓରଦା, ଭଗୁଆ, କୃଷ୍ଣପୁର ଆଦି ଗାଁ ମାନଙ୍କରେ ପାଲା ଜରିଆରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଜଙ୍ଗଲ ନିକଟବର୍ତ୍ତି ଗାଁମାନଙ୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ପ୍ରାୟ ୨୦ ରୁ ୨୫ ଗାଁରେ ପାଲା ଜରିଆରେ ଲୋକମାନଙ୍କୁ ସଚେତନତା କରାଯିବାର ବ୍ୟବସ୍ଥା ରହିଛି ବୋଲି ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳ ମାଧବ ସାହୁ କହିଛନ୍ତି । ପ୍ରକାଶଯୋଗ୍ୟ, ଜାନୁଆରୀମାସ ପ୍ରଥମଭାଗରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ଜଙ୍ଗଲକୁ ନିଆଁଦାଉରୁ ଅନେକାଂଶରେ ରକ୍ଷା ପାଇଥାଆନ୍ତା ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି । ମାର୍ଚ୍ଚ ମାସ ଅଧା ହୋଇଗଲାଣି । ଏବେ ବନବିଭାଗର ନିଦ ଭାଙ୍ଗୁଛି ବୋଲି ପରିବେଶବିତମାନେ କହିଛନ୍ତି ।

 

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories