www.samajalive.in
Sunday, December 14, 2025
26.1 C
Bhubaneswar

ଏଟିଏମ୍‍ରୁ ବ୍ୟାଟେରୀ ଚୋରୀ

ପିପିଲି, :ପିପିଲି-ଡେଲାଙ୍ଗ ରାସ୍ତାର ବାଜପୋଇ ଛକ ଠାରେ ଥିବା ଏସ୍‍ବିଆଇ ଏଟିଏମ୍‍ରୁ ୮ଟି ମୂଲ୍ୟବାନ ବ୍ୟାଟେରୀ ଚୋରୀ ହୋଇଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି । ଉକ୍ତ ଏଟିଏମ୍‍ର ପଛ ପାଶ୍ୱର୍ରେ ଥିବା ଘରର କବାଟକୁ ତାଡି ଦୁର୍ବୁତ୍ତ ମାନେ ସେଠାରେ ଥିବା ୮ଟି ମୂଲ୍ୟବାନ ବ୍ୟାଟେରୀକୁ ନେଇଯାଇଛନ୍ତି ।

 

- Advertisement -

ଏଟିଏମ୍‍ରେ ଲାଗିଥିବା ସିସି କ୍ୟାମେରାକୁ ମଧ୍ୟ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ପରିଲକ୍ଷିତ ହୋଇଛି । ବୁଧବାର ସକାଳେ ଏହା ଦେଖିବା ପରେ ସ୍ଥାନୀୟ ଲୋକେ ପିପିଲି ପୁଲିସ ସମେତ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏଟିଏମ୍‍ ଦାୟିତ୍ୱରେ ଥିବା ଭୁବନେଶ୍ୱରର ସିଏମ୍‍ଏସ୍‍ ଇନ୍‍ଫୋ ସିଷ୍ଟମ୍ସ ପ୍ରାଇଭେଟ୍‍ ଲିଃ ପକ୍ଷରୁ ଏନେଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରାଯାଇଛି । ପିପିଲି ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଚୋରଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି ।
ଫଟୋ ଆଟାଚ ଅଛି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories