www.samajalive.in
Sunday, December 14, 2025
16.1 C
Bhubaneswar

ବି.ଟେକ୍‌ ମାଓବାଦୀଙ୍କ ଆତ୍ମସମର୍ପଣ

ନାରାୟଣପାଟଣା : ବିଶାଖପାଟଣା ଜିଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଦେବ ଶର୍ମାଙ୍କ ନିକଟରେ ଆନ୍ଧ୍ର ପ୍ରଦେଶର ସିପିଆଇ ମାଓବାଦୀ ପେଦାବାୟାଲୁ ସଙ୍ଗଠନର ଆଞ୍ଚଳିକ କମିଟି ସଦସ୍ୟ ତଥା ଆନ୍ଧ୍ର ଓଡ଼ିଶା ସୀମାନ୍ତ ସ୍ପେଶାଲ ଜୋନାଲ କମିଟିର ସକ୍ରିୟ ସଦସ୍ୟ ବାନ୍ତଲା ବାଲାକ୍ରିଷ୍ଣା ନାଇଡ଼ୁ ଓରଫ୍‍ ବିବେକ ଆଜି ଆତ୍ମସମର୍ପଣ କରିଛି। ସେ ବି.ଟେକ ଇଞ୍ଜିନିୟର ଭାବେ ଡିଗ୍ରୀ ହାସଲ କରିଥିବା ଜଣାଯାଇଛି। ଏତେ ଉଚ୍ଚଶିକ୍ଷିତ ଯୁବକ କାହିଁକି ସମାଜର ମୁଖ୍ୟସ୍ରୋତରେ ନ ରହି ମାଓ ସଙ୍ଗଠନରେ ଯୋଗ ଦେଇଥିଲେ ତା’ର ତଦନ୍ତ ଆରମ୍ଭ କରିଛି ପୁଲିସ। ବାଲାକ୍ରିଷ୍ଣାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories