www.samajalive.in
Sunday, December 14, 2025
15.1 C
Bhubaneswar

ପାନୀୟ ଜଳଯୋଗାଣ ସମସ୍ୟା ସମାଧାନ ପାଇଁ ଦାବୀ

ପଦ୍ମପୁର: ଉତ୍କଟ ପାନୀୟ ଜଳ ଯୋଗାଣ ନେଇ ଯୁବ ବିକାଶ ପରିଷଦ ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି। ପଦ୍ମପୁର ବ୍ଲକର ଆଖୁସିଂ ପଞ୍ଚୟତର ସୌରା ଆମ୍ବାଖୁଲା, ସିଙ୍ଗିପୁର, ସନ୍ଧିଖଳା, ପେରାପାଙ୍ଗୁ, ନାରାୟଣ ଗୁଡା, ଆଖୁସିଂ, ବହୁପଦର, ମରଦୀଗୁଡ଼ା ଭଳି ସମଗ୍ର ବ୍ଲକର ଅଧିକାଂଶ ଗ୍ରାମରେ ପାନୀୟ ଜଳ ପାଇ ପାରୁନଥିବା ଅଭିଯୋଗ ହୋଇଛି।

ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ପାନୀୟ ଜଳଯୋଗାଣ ହୋଇନପରିବାରୁ ଯୁବ ବିକାଶ ପରିଷଦ ପକ୍ଷରୁ ଆବାହକ ଶିବାଜୀ ଦାସଙ୍କ ନେତୃତ୍ବରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତରେ ପାନୀୟ ଜଳଯୋଗାଣ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ମାଝୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଯଦି ଏହି ସମସ୍ୟା ଗୁଡିକ ଆଗାମୀ ଅପ୍ରେଲ ୧ ତାରିଖ ସୁଦ୍ଧା ଆଵଶ୍ୟକ ପଦକ୍ଷେପ ଗ୍ରହଣ ସମାଧାନ ନହେଲେ ବ୍ଲକ କାର୍ଯ୍ୟାଳୟ ସମୁଖରେ ଅପ୍ରେଲ ୯ ତାରିଖ ଠାରୁ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ। ଏହାର ଅବିକଳ ନକଲ ରାୟଗଡା ଜିଲାପାଳ ଓ ଜିଲା ଆରକ୍ଷୀ ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି।

- Advertisement -

ଏହି ଦାବୀପତ୍ର ପ୍ରଦାନ ସମୟରେ ଜିଲା ସଭାପତି ଲିଙ୍ଗରାଜ ପ୍ରସାଦ ପଣ୍ଡା, ଆବାହକ ଶିବାଜୀ ଦାସ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ପୂଜାରୀ ଙ୍କ ସହ ବ୍ଲକ ସଭାପତି ଘନଶ୍ୟାମ ସାମନ୍ତ, ପ୍ରକାଶ ମିଶ୍ର, ଦିବାକର ଗୌଡ଼, ବାଳକୃଷ୍ଣ ମଣିପାତ୍ରଙ୍କ ସହ ବହୁ ଯୁବ ବିକାଶ ପରିଷଦ ସଦସ୍ୟ ଓ ଗ୍ରାମବାସୀ ମାନେ ଦାବୀପତ୍ର ପ୍ରଦାନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories