www.samajalive.in
Sunday, December 7, 2025
13.1 C
Bhubaneswar

ବିମାନରେ ସିଗାରେଟ୍‌ ଟାଣିବାରୁ ଲାଗିଲା ୨୫ହଜାର ଜୋରିମାନା; ୨୫୦ ଦେବାକୁ ଜିଦି ଧରିଲା ଅଭିଯୁକ୍ତ, ଗଲା ଜେଲ୍‌

ମୁମ୍ବାଇ: ଏୟାର ଇଣ୍ଡିଆ ବିମାନରେ ସିଗାରେଟ୍‌ ଟାଣିବା ଓ ଅସଦାଚରଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଦାଲତ ଜେଲ୍‌ ପଠାଇଛନ୍ତି। କୋର୍ଟ ଅଭିଯୁକ୍ତ ଉପରେ ୨୫,୦୦୦ ଟଙ୍କା ଜୋରିମାନା ଲଗାଇଥିଲେ କିନ୍ତୁ ଅଭିଯୁକ୍ତ କେବଳ ୨୫୦ ଟଙ୍କା ଜମା କରିବାକୁ ଜିଦ୍ ଧରିଥିଲେ। ଏହାପରେ କୋର୍ଟ ଅଭିଯୁକ୍ତକୁ ଜେଲ୍‌ ପଠାଇ ଦେଇଛନ୍ତି। ଅଭିଯୁକ୍ତର ନାଁ ରତ୍ନାକର ଦ୍ବିବେଦୀ ବୋଲି ଜଣାପଡ଼ିଛି। ରତ୍ନାକର ବିରୋଧରେ ଏୟାର ଇଣ୍ଡିଆର ଲଣ୍ଡନ-ମୁମ୍ବାଇ ବିମାନରେ ସିଗାରେଟ୍‌ ଟାଣିବା ଓ ଅସଦାଚରଣ କରିବା ଅଭିଯୋଗ ହୋଇଛି।

ପୁଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଧାରା ୩୩୬ ଅନୁଯାୟୀ ମାମଲା ରୁଜୁ କରିଥିଲା। ଅଭିଯୁକ୍ତକୁ ଅଦାଲତରେ ହାଜର କରାଯିବା ପରେ ଅଦାଲତ ତା’ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଇଥିଲେ। ଏହାକୁ ନେଇ ଅଭିଯୁକ୍ତ କୋର୍ଟଙ୍କୁ କହିଥିଲା ଯେ, ଆଇପିସି ଧାରା ୩୩୬ ଅନୁଯାୟୀ ୨୫୦ ଟଙ୍କା ଜୋରିମାନା ଲଗାଯାଇଥାଏ ବୋଲି ସେ ଅନ୍‌ଲାଇନ୍‌ ପଢିଥିଲା। ଏହାପରେ ଅଭିଯୁକ୍ତ ୨୫୦ ଟଙ୍କା ଜୋରିମାନା ଦେବାକୁ ପ୍ରସ୍ତାବ ଦେଇଥିଲା କିନ୍ତୁ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି ଅଭିଯୁକ୍ତକୁ ଜେଲକୁ ପଠାଇଥିଲେ।

- Advertisement -

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଏକ ବିବୃତ୍ତି ଜାରି କରି କହିଥିଲା ଯେ, ଯାତ୍ରୀ ଜଣକ ବିମାନରେ ସିଗାରେଟ ଟାଣୁଥିଲେ ଏବଂ ଅନ୍ୟମାନଙ୍କ ସହ ଅସଦାଚରଣ କରିଥିଲେ। ଏଥିସହ ବିମାନରେ କ୍ରୋଧିତ ମନୋଭାବ ପୋଷଣ କରିଥିଲେ। ବିମାନର ପାଇଲଟ ଯାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଭିଯୁକ୍ତ ପାଇଲଟଙ୍କ କଥା ମଧ୍ୟ ଶୁଣିନଥିଲା। ଏହାପରେ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଣିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories