www.samajalive.in
Sunday, December 14, 2025
16.1 C
Bhubaneswar

ବିଶ୍ବ ଚମ୍ପିଆନ ଜର୍ମାନୀକୁ ହରାଇଲା ଭାରତ

ରାଉରକେଲା : ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୨-୨୩ରେ ଭାରତ ବିଶ୍ବ ଚମ୍ପିଆନ ଜର୍ମାନୀକୁ ପରାସ୍ତ କରିଛି। ଶୁକ୍ରବାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ସୁଖଜିତ ସିଂହଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୩-୨ଗୋଲରେ ଜର୍ମାନୀକୁ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଭାରତ ଦ୍ବିତୀୟ ମ୍ୟାଚ ଜର୍ମାନୀ ସହ ୧୩ରେ ଖେଳିବ।
ପ୍ରଥମ କ୍ବାର୍ଟରରେ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତ ପ୍ରଥମ କ୍ବାର୍ଟରରେ ଜର୍ମାନୀକୁ କଡା ଟକ୍କର ଦେଇଥିଲା। ୧୦ ମିନିଟ୍‌ରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟରରେ ଉଭୟ ଦଳ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ। ୩୦ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଦ୍ବିତୀୟ ଗୋଲ ଦେଇଥିଲା। ୩୧ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ୍‌ ସିଂହ ଦ୍ବିତୀୟ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଜର୍ମାନୀ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୪୨ ମିନିଟ୍‌ରେ ଭାରତ ପକ୍ଷରୁ ସୁଖଜିତ୍‌ ସିଂହ ୩ୟ ଗୋଲ ଦେଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ୪୪ ମିନିଟ୍‌ରେ ଜର୍ମାନୀ ଗୋଟିଏ​‌େ​‌ଗାଲ ପରିଶୋଧ କରିଥିଲା। ଦଳ ପକ୍ଷରୁ କୁଫମାନ ପଲ୍‌ ଫିଲିପ୍ସ ଗୋଲ ଦେଇଥିଲେ। ୩ୟ କ୍ବାର୍ଟର ଶେଷ ସୁଦ୍ଧା ଭାରତ ୩-୧ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟର ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଜର୍ମାନୀ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲା। ୫୭ ମିନିଟ୍‌ରେ ଜର୍ମାନୀକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମାଇକେଲ ଷ୍ଟୁତଅଫ ଗୋଲରେ ପରିଣତ କରି ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ଜର୍ମାନୀ ଶେଷ ମିନିଟ୍‌ ପର୍ଯ୍ୟନ୍ତ ଗୋଲ ବରାବର କରିବା ନେଇ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲା। ଶେଷରେ ଭାରତ ମ୍ୟାଚକୁ ୩-୨ ଗୋଲରେ ଜିତିବାରେ ସଫଳ ହୋଇଥିଲା। ଭାରତ ୫ ଟି ମ୍ୟାଚରୁ ୩ ଟି ବିଜୟ, ୧ ଟି ସୁଟ୍‌ଆଉଟ୍‌ ବିଜୟ ଓ ଗୋଟିଏ ପରାଜୟ ସହ ୧୧ ପଏଣ୍ଟ ହାସଲ କରି ଟେବୁଲର ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଶନିବାର ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories