ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ଜଣେ ଯୁବକର ହାଇଦ୍ରାବାଦ ନିକଟରେ ଥିବା ଟ୍ରେନ ଲାଇନରେ ରକ୍ତାକ୍ତ ଅବସ୍ଥାରେ ମୃତ ଶରୀର ପଡି ରହିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଏ ନେଇ ସେଠିକାର ଜିଆରପି ପୋଲିସ ନିକଟରେ ଖବର ପହଞ୍ଚିବା ପରେ ଯୁବକର ଶବ ଜବତ କରିଥିବା ଜଣାପଡିଛି। ମୃତ ଯୁବକ ନିକଟରେ ଥିବା ଆଧାର ଓ ପାନ କାର୍ଡରୁ ପରିଚୟ ପାଇ ପରିବାର ଲୋକଙ୍କୁ ଫୋନ ଯୋଗେ ପୋଲିସ ସୁଚନା ଦେଇଥିଲେ। ସୂଚନାମତେ ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ଦେବାନନ୍ଦ ପୁଝାରି (୨୭)। ଦେବାନନ୍ଦ ୨ ମାସ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏ ଅଘଟଣ ଘଟିଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଯୁବକର ମୃତ୍ୟୁ ହୋଇଛି ଏହା ହତ୍ୟା ନା ଆତ୍ମହତ୍ୟା, ନା ଆଉ କିଛି ରହସ୍ୟ ଅଛି ତାହା ଏ ଯାଏଁ ଅସ୍ପଷ୍ଟ ରହିଛି। ଭେଣ୍ଡିଆ ପୁଅର ମୃତ ଖବର ଶୁଣି ପରିବାର ଲୋକେ ଦୁଃଖରେ ମର୍ମାହତ ହୋଇ ପଡିଛନ୍ତି। ତେବେ ଖବର ମିଳିବା ପରେ ପରିବାର ଲୋକେ ଶବ ଆଣିବାକୁ ହାଇଦ୍ରାବାଦ ଯାଇଥିବା ଜଣାପଡିଛି।
Popular Categories



