ଡେସ୍କ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ୧୦ ଦିନିଆ ହେପାଜତ ମିଆଦ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟର ଆବେଦନ ଉପରେ ଆଜି ଦିଲ୍ଲୀର ଏକ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଗତକାଲି ସିସୋଦିଆଙ୍କୁ ତିହାର ଜେଲରେ ପଚରାଉଚୁରା ପରେ ଗିରଫ କରାଯାଇ ଥିଲା ଓ ଆଜି କୋର୍ଟରେ ହାଜର କରାଯାଇଥିଲା।
ଶୁଣାଣି ସମୟରେ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ୍ ମନୀଷ ଇଡିର ୧୦ ଦିନିଆ ହେପାଜତ ଆବେଦନକୁ ବିରୋଧ କରିଥିଲେ। ଇଡି କହିଥିଲା ଯେ ଏହି ମାମଲା ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ଜାଣିବା ପାଇଁ ଏ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହା ଜାଣିବା ପାଇଁ ସିସୋଦିଆଙ୍କୁ ପଚରାଉଚରା କରିବାକୁ ୧୦ ଦିନିଆ ହେପାଜତ ଆବଶ୍ୟକ।
ଇଡି କୋର୍ଟଙ୍କୁ କହିଛନ୍ତି ଯେ ମନୀଷ ସିସୋଦିଆ ଅନ୍ୟ ଲୋକଙ୍କ ନାମରେ ସିମ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ କିଣିଛନ୍ତି। ଅବକାରୀ ନୀତି ଗଠନ ପଛରେ ଏକ ଷଡଯନ୍ତ୍ର ହୋଇଥିଲା।



