www.samajalive.in
Sunday, December 14, 2025
16.1 C
Bhubaneswar

ଜଳୁଛି ସୁବାସୀ ସଂରକ୍ଷିତ ଜଙ୍ଗଲ

ଗୁରୁଡିଝାଟିଆ- ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ସୁବାସୀ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳିଚାଲିଛି । କଖଡି-କପୁରସିଂ ରାସ୍ତାର ବରଦେଇ ଠାକୁରାଣୀ ୨ଶହ ମିଟର ଦୂର ରାସ୍ତାପାଶ୍ୱର୍ରେ ଜଙ୍ଗଲଟି ବନାଗ୍ନୀ ଯୋଗୁଁ ଜଳିବାରେ ଲାଗିଛି । ଏହାଦ୍ୱାରା ବନ୍ୟପ୍ରାଣୀ,ସରୀସୃପ ଓ ଗୁଳ୍ମ ଜାତୀୟ ଉପକାରୀ ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇବାର ସମ୍ଭାବନା ଦେଖାଦେଇଛି । ଗତକାଲି ମଧ୍ୟାନ୍ନରେ ଜଙ୍ଗଲ ବନାଗ୍ନି ଯୋଗୁଁ ଜଳୁଥିବା ବେଳେ ମଝିରେ ମଝିରେ ତୁହାକୁ ତୁହା ପବନ ନିଆଁର ଗତିକୁ କ୍ଷିପ୍ର କରୁଥିଲା ।

ଛୋଟଛୋଟ ଗୁଳ୍ମ ଓ ଗଛ ସଂପୂର୍ଣ୍ଣ ଜଳିଯାଉଥିବା ଦେଖିବାକୁ ମିଳୁଥିଲା ।ହେଲେ ବନବିଭାଗ ର ନିଦ ଭାଙ୍ଗିନଥିଲା । ପ୍ରକାଶଯୋଗ୍ୟ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ବା ନିଆଁ ଯେଭଳି ନଲାଗିବ ସେଥିପାଇଁ ବିଭାଗ ପକ୍ଷରୁ ଜନସଚେତନତା କରିବା ନିମନ୍ତେ ନିୟମ ରହିଛି । ଏଥିପାଇଁ ଅର୍ଥ ବ୍ୟବସ୍ଥା ମଧ୍ୟ ରହିଛି । ଏପରିକି କିଛି ଅସ୍ଥାୟୀ କର୍ମଚାରୀଙ୍କୁ ନିଆଁ ଲିଭା ଦାୟିତ୍ୱରେ ନିଯୁକ୍ତି ଦିଆଯାଇଥାଏ ।ହେଲେ ଖୁଣ୍ଟୁଣୀ ବନାଞ୍ଚଳରେ ଜଙ୍ଗଲ ପାଶ୍ୱବର୍ତ୍ତି ଗାଁମାନଙ୍କରେ କେତୋଟି ଗାଁରେ ବନାଗ୍ନିରେ ଜଙ୍ଗଲ ଯେଭଳି ନଜଳିବ ସେ ସଂପର୍କରେ ସଚେତନତା କରାଯାଇଛି ସେ ସଂପର୍କରେ ସାଧାରଣ ଜନତା ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି ।

- Advertisement -

ତାହାଲେ କଣ କାଗଜ କଲମରେ ଚାଲିଛି ସଚେତନତା ବୋଲି ସାଧାରଣରେ ଅଭିଯୋଗ ହୋଇଛି ।ଏ ସଂପର୍କରେ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ କହିଥିଲେ, ଆଗାମୀ ଦିନରେ ବ୍ୟାପକମାତ୍ରାରେ ଜନସଚେତନତା କରାଯିବ । ଏଥିରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ନିଆଁଲିଭା ଓ ଜନସଚେତନତା କରିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories