ଡେସ୍କ: ୨୦୨୩ ବର୍ଷର ମାଟ୍ରିକ ପରୀକ୍ଷା ଆଜି ଆରମ୍ଭ ହୋଇଛି। ଆଜି ମାଟ୍ରିକ, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ସକାଳ ୭ଟାରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ତନଖି ପରେ ପରୀକ୍ଷା କେନ୍ଦ୍ରଗୁଡିକରେ ପରୀକ୍ଷା ଦେଉଛନ୍ତି। ଦିନ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀମାନଙ୍କୁ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଯନ୍ତ୍ରବାକ୍ସ ଛଡ଼ା ଅନ୍ୟ କୌଣସି ଜିନିଷ ନେବାକୁ ବାରଣ କରାଯାଇଛି। ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମଧ୍ୟମା ଏବଂ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହେବ ।
ଚଳିତ ପରୀକ୍ଷାରେ କପି ରୋକିବାକୁ ତ୍ରି-ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିବା ସୂଚନା ମିଳିଛି।



