ହରଭଙ୍ଗା: ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଂଚଳରେ ଆଡେଣିଗଡ଼ ଫାଣ୍ଡି ପୁଲିସ ପକ୍ଷରୁ ଚଢଉ କରି ୪୦ ଲିଟର ଦେଶୀ ମହୁଲି ଜବତ କରିଥିଲା। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ସୂଚନାନୁସାରେ ଆଡେଣିଗଡ଼, ରଙ୍ଗମାଟିଆ, କାଳିମାଟି, ପଥରପଡ଼ା ଅଂଚଳରେ ଆଡେଣିଗଡ଼ ଫାଣ୍ଡି ପୁଲିସ ପକ୍ଷରୁ ଚଢଉ କରି ଏକ ନାଳ ଖଣ୍ଡିରେ ପ୍ରସ୍ତୁତ ହେଉଥିବା ୪୦ ଲିଟର ମହୁଲି ମଦ ଜବତ କରିବା ସହ ପ୍ରାୟ ଏକ କ୍ୱିଂଟାଲ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ପଥରପଡ଼ା ଗ୍ରାମର ଗୋକୁଳ ଚନ୍ଦ୍ର ଗୁରୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
Popular Categories



