ସାକ୍ଷୀଗୋପାଳ: ପବିତ୍ର ଗଣପର୍ବ ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ଦୋଳ ଉତ୍ସବ ୨୦୨୩ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ୟ୍ୟକ୍ରମରେ ଗୋପୀନାଥ ଯୁବକ ସଂଘର ସଭାପତି ଲକ୍ଷ୍ମୀ ରଞ୍ଜନ ଦାସ, ସମ୍ପାଦକ ସୁବ୍ରତ ହୋତା,ସୂର୍ୟ୍ୟ ପ୍ରକାଶ ଦାସ ଉପସ୍ଥିତ ଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରାମ ଗ୍ରାମ ମଧ୍ୟରେ ଏକ ସ୍ନେହ ସଦଭାବନ ଏବଂ ପାରମ୍ପରିକ ସୌହାର୍ୟ୍ୟର ପରିଚାୟକ ପର୍ବ ଭାବେ ଦୋଳ ଉତ୍ସବ ପାଳିତ ହୁଏ ବୋଲି ଅତିଥି ବିଜେଡି ଯୁବନେତା ବିଶ୍ବରଂଜନ ପାଲଟସିଂହ ମତବ୍ୟକ୍ତ କରିଥିଲେ। ଇତ୍ୟବସରରେ କବି ତଥା ପ୍ରଚାରକ ଅନନ୍ତ ମିଶ୍ରଙ୍କ ଦାୟଦ ରଞ୍ଜନ ମିଶ୍ର, ବରିଷ୍ଠ ସ୍ତମ୍ଭକାର ଦେବତିକ୍ତ ମିଶ୍ର ଓ ପ୍ରଦ୍ୟୁମ୍ନ ଦାସଙ୍କୁ ଫଳକ, ଉତ୍ତରୀୟ, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟା ରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଗ୍ରାମବାସୀଙ୍କ ମନରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ଯୁବକ ସଙ୍ଗର ସମସ୍ତ ସଦସ୍ୟ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନାଥାଉକି, ଏହି ଭାଇଚାରା ବା ବନ୍ଧୁ ମିଳନ ପର୍ବ ଦୋଳ ଉତ୍ସବର ନାଗା ଯାତ୍ରା ଓ ସାହି ଯାତ ପାଇଁ ଶ୍ରୀରାମଚନ୍ଦ୍ରପୁର ଶାସନରେ ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି ରହିଅଛି। ପ୍ରତ୍ୟେକ ବର୍ଷ ଦୋଳପୂର୍ଣ୍ଣମା ଯାତ୍ରାରେ ଦେଖିବାକୁ ମିଳେ ପୁରାତନ କଳାର ପ୍ରଦର୍ଶନ। ପ୍ରତ୍ୟେକ ନାଗା ପିନ୍ଧିଥାନ୍ତି ୮୦ରୁ ୯୦କେଜି ଓଜନର ମେଢ଼। ଫଗୁ ଦଶମୀ ଦିନ ଠାରୁ ଗୋପୀନାଥ ଓ ଚଣ୍ଡେଶ୍ଵର ଦୋଳ ବିମାନରେ ବସି ଦୁଆରୀ ଭୋଗ ଖାଇବା ସମୟରେ ଠାକୁରମାନଙ୍କ ସହ ଏହି ନାଗା ବାହାରି ଥିଲେ।
Popular Categories



