କେନ୍ଦୁଝରଗଡ଼଼: ଆର୍ନ୍ତଜାତୀକ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ବୁଧବାର ହିମା ହସ୍ପିଟାଲ ପକ୍ଷରୁ ମହିଳା ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରଗଡ଼ ନଗରପାଳ ନିକୁ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନବର୍ଗରେ ସଫଳତା ହାସଲ କରିଥିବା ସଂଘର୍ଷରତ ମହିୟସୀ ମହିଳାଙ୍କ କାହାଣୀ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ୍ ଡାକ୍ତର ମମତାରାଣୀ ଜେନା ଆର୍ନ୍ତଜାତୀକ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ମହିଳା ସ୍ୱାସ୍ଥ୍ୟ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସାରଗର୍ଭକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସାମ୍ବାଦିକ ଦେବାଶିଷ ମିଶ୍ର କାର୍ୟ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡାକ୍ତର ଦେବାଶିଷ ଭଟ୍ଟାଚାର୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ୟ୍ୟକ୍ରମରେ ରୋଟାରିଆନ ସବିତା ବେହେରା, ନିଋପମା ସ୍ୱାଇଁ, ରାଜଲକ୍ଷ୍ମୀ ସ୍ୱାଇଁ, ସୋନାଲି ସିଂହ, ସରିତା ପାତ୍ର, ସମାଜସେବୀ ସେବତୀ ସିଂହ, ଧରିତ୍ରୀ ରାଉତ, ରୂପଶ୍ରୀ ଗନ୍ତାୟତ, ସଶ୍ମୀତା ପ୍ରଧାନ, ରାଜଶ୍ରୀ ଉପାଧ୍ୟାୟ, ସର୍ବାଣୀ ପଣ୍ଡା, ଶିଳ୍ପାଶ୍ରୀ ମିଶ୍ର, ସୀମା ଗୌତମ, ଲିମା ମହାନ୍ତି, ସ୍ମୀତା କୁଅଁର ପ୍ରମୁଖ ଯୋଗଦେଇ ନିଜସ୍ୱ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।
Popular Categories



