ଭତ୍ତା ଓ ଉନ୍ନୟନ ମୂଳକ କାମର କାର୍ଯ୍ୟାଦେଶ ବଣ୍ଟନ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୂତନ ଭତ୍ତା ହିତାଧିକାରୀ ଓ ବିଭିନ୍ନ ଉନ୍ନୟନମୂଳକ କାମର କାର୍ଯ୍ୟାଦେଶକୁ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସ୍ୱାଇଁ ୧୦୬ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବା ସଂଗେ ସଂଗେ ରାସ୍ତା, କେନାଲ, କଲେଜ ଓ ବିଦ୍ୟାଳୟ ମରାମତି ଏବଂ ନୂତନ ଗୃହ କାର୍ଯ୍ୟବଣ୍ଟନ କରିଥିଲେ। ମନ୍ତ୍ରୀ କହିଥିଲେ, ନିର୍ବାଚନ ମଣ୍ଡଳୀରେ ନଦୀକୂଳ ଅଞ୍ଚଳରେ କଖଡି ଏକ ପ୍ରମୁଖ ପଞ୍ଚାୟତ। ପଞ୍ଚାୟତର ଜନସାଧାରଣ ରାଜନୈତିକ କ୍ଷେତ୍ରରେ ଅତ୍ୟନ୍ତ ପରିପକ୍ୱ ଥିବା ବେଳେ ସଠିକ୍ ନିର୍ଣ୍ଣୟ ନେଇ ନେତୃତ୍ୱ ବାଛିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି । ତେଣୁ ନିର୍ବାଚନ ମଣ୍ଡଳୀରେ ଏହି ପଞ୍ଚାୟତକୁ ଅନ୍ୟ ପଞ୍ଚାୟତ ଅପେକ୍ଷା ଭିନ୍ନ ଓ ସ୍ୱତନ୍ତ୍ର ଭାବରେ ଗଢିତୋଳିବା ପାଇଁ ସବୁବେଳେ ପ୍ରୟାସ ରହିଆସିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଆଗାମୀ ଦିନରେ ଅଧିକ ଭତ୍ତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ସରପଞ୍ଚ କଳ୍ପନା ଛତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଙ୍ଗି-ଚୌଦ୍ୱାର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ବ୍ଲକ ମିଶନ ଶକ୍ତି ଅଧ୍ୟକ୍ଷା ସରୋଜିନୀ ମହାନ୍ତି, ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତି, ଗାଁ କମିଟି ସଭାପତି ତଥା ଯୁବନେତା ଦିଲ୍ଲିପ ଛତାର, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ସାହୁ, ସନ୍ତୋଷ କୁମାର ରାଉତ, ନୃସିଂହ ବେହେରା, ପଞ୍ଚାୟତ ବିଜେଡି ସଭାପତି ରଞ୍ଜନ ମୁଦୁଲି(କାଳିଆ), ସୌଭାଗ୍ୟ ମହାନ୍ତି, କଖଡି କେନ୍ଦ୍ର ପ୍ରାଥମିକ ସେବା ସମବାୟ ସଭାପତି ସୁରେନ୍ଦ୍ର ମହାନ୍ତି, ରଞ୍ଜନ ମୁଦୁଲି(ଡନ୍),ସୌମ୍ୟରଞ୍ଜନ ବାରିକ, ନାରାୟଣ ସାହୁ, ଶେଷଦେବ ମୁଦୁଲିଙ୍କ ସହିତ ପଞ୍ଚାୟତର ବହୁ ଦଳୀୟ କର୍ମୀ, ମୁରବୀ ଓ ଯୁବକ ଉପସ୍ଥିତ ରହିଥିଲେ ।

kalyan agarbati

Comments are closed.