www.samajalive.in
Saturday, December 13, 2025
26.1 C
Bhubaneswar

 ବେଆଇନ ଖଣି ମାମଲା: ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ତଦାରଖ କମିଟି ମୁଖ୍ୟ

ନୂଆଦିଲ୍ଲୀ: କାମ୍ପା ପାଣ୍ଠି ଓ ବେଆଇନ ଖଣି ଖନନ ଜୋରିମନା ବାବଦକୁ ମିଳିଥିବା ରାଶି ଖର୍ଚ୍ଚ ପାଇଁ ଗଠିତ ଏସପିଭିର କାର୍ଯ୍ୟ ଏବଂ ପରିଚାଳନା ବୋର୍ଡର ତଦାରଖ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ନେତୃତ୍ୱରେ ଓଭର ସାଇଟ କମିଟି କରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକ କମିଟିର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ଆବଶ୍ୟକ ପଡ଼ିଲେ ବିଚାରପତି ଶ୍ରୀ ପଟ୍ଟନାୟକ ଦୁଇ ଜଣ ଅଧିକାରୀଙ୍କୁ ସଦସ୍ୟ ଭାବେ ନେଇ ପାରିବେ ବୋଲି ଆଜି ମାମଲାର ଶୁଣାଣି ବେଳେ ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ସିଇସିକୁ ତଦାରଖ ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ପ୍ରସ୍ତାବ ଦେଇଥିଲେ। ଓଭର ସାଇଟ କମିଟି ପ୍ରଥମେ ତିନି ମାସରେ ଏବଂ ପରେ ଛଅ ମାସରରେ ରିପୋର୍ଟ ଦେବେ। ମାମଲାର ଶୁଣାଣି ବେଳେ ଖଣି ମାଲିକ ସମୂହଙ୍କ ଓକିଲ ଗୋପାଳ ସୁବ୍ରମଣ୍ୟମ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓଭର ସାଇଟ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ସୁନ୍ଦରଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାରେ ଖଣି ଜୋରିମାନା ବାବଦକୁ ଆଦୟ ହୋଇଥିବା ଅର୍ଥ ଖର୍ଚ୍ଚ କରିବାକୁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories