www.samajalive.in
Thursday, December 11, 2025
15.1 C
Bhubaneswar

ତିତ୍‍ଲି କ୍ଷତ: ଲକ୍ଷ୍ମଣ ସାଜିଲେ ଦେବଦୂତ

ଭୁବନେଶ୍ୱର: ତିତ୍‍ଲି ହେଉ କି ଯେଉଁ ବାତ୍ୟା ହେଉ ଆମର କିଛି କରି ପାରିବ ନାହିଁ। ଆମେ ସମସ୍ତେ ଏକଜ୍‍ଟ୍‍ ହୋଇ କାମ କଲେ ସବୁ ପ୍ରକାର ଝଡ଼ଝଞ୍ଜା ପାର ହୋଇଯିବୁ ବୋଲି କହିଛନ୍ତି ଗଜପତି ଜିଲା କଇଁପୁର ପଞ୍ଚାୟତ ତୁମ୍ବ ଗ୍ରାମର ଲକ୍ଷ୍ମଣ ଶବର କହିଛନ୍ତି। ସୋମବାର ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ହ୍ରାସ ଦିବସ ଅବସରରେ ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ଶବର କହିଛନ୍ତି ଯେ ତିତ୍‍ଲି ପରେ ଏକାକୀ ଜେସିବି ସହାୟତାରେ ଦୀର୍ଘ ୯କିମି ରାସ୍ତାକୁ ସଫା କରି ଗମନାଗମନ ସୁଗମ କରିଛନ୍ତି। ଯାହାକି ସ୍ଥାନୀୟ ଅଞ୍ଚଳ ଓ ସରକାରଙ୍କ ପାଇଁ ଏକ ଦୁଃସାହସିକ କାର୍ଯ୍ୟ। ବାତ୍ୟା ପରେ ଯେଭଳି ଭୟାନକ ପରିସ୍ଥିତି ଗଜପତିରେ ଦେଖାଦେଇଥିଲା ତାହା ଜଣେ ନିକଟରୁ ନଦେଖିଲେ ବିଶ୍ୱାସ କରିପାରିବ ନାହିଁ। ବାତ୍ୟା ଓ ବନ୍ୟାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଲୋକଙ୍କୁ ଘରୁ ଟେକିନେଇ କୋରଡରେ ମାଡି ଦେଇଛି। ଆଉ କେଉଁଠି ବାତ୍ୟାରେ ଘରର ଟିଣ ଚାଦର ଉଡି ଯୋଜନ ଦୂରରେ ଫୋପାଡିଛି। ଟ୍ରକ ଓ ଜେସିବି ପାଣିରେ କାଗଜ ଡଙ୍ଗା ଭାସିଲା ଭଳି ଭାସିଲା। ଏତେବଡ଼ ବିପର୍ଯ୍ୟୟ ଯିଏ ଥରେ ଅଙ୍ଗେ ନିଭାଇଛି ସେ ଜୀବନରେ କେବେ ବି ଭୁଲି ପାରିବ ନାହିଁ। ତେବେ ପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ନ୍ୟାସୀ, ଜିଲାପରିଷଦ ସଭ୍ୟ ଭଗବତ ପାଇକ ଓ ଅରୁଣ କୁମାରଙ୍କ ସହଯୋଗରେ ତିନୋଟି ପଞ୍ଚାୟତର ଘର ଘର ବୁଲି ସରକାରଙ୍କ ରିଲିଫ୍‍ ପ୍ରଦାନ କରିଛୁ। ଏହି ରିଲିଫ୍‍ ବାଣ୍ଟିଲା ବେଳେ ବହୁ କଷ୍ଟ ସହିବାକୁ ପଡିଥିଲେ ହେଁ ଜୀବନରେ ପ୍ରଥମ ଥର ପାଇଁ ସେବା କରିବାକୁ ସୁଯୋଗ ମିଳିଥିବାରୁ ମନରେ ଏକ ସ୍ୱତନ୍ତ୍ର ଆନନ୍ଦ ଦେଖାଦେଇଥିଲା। ସରକାରଙ୍କ ପକ୍ଷରୁ ଆଜି ଯେଉଁ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା ସେଥିରେ ଆମେ ଯେତିକି ସନ୍ତୁଷ୍ଟ ସେତିକି ମଧ୍ୟ ଅସନ୍ତୁଷ୍ଟ। ଯଦି ସରକାର ଗଙ୍ଗାବାଳ, କଇଁପୁର, ଲକ୍ଷ୍ମୀପୁର ପ୍ରଭୃତି ଅଞ୍ଚଳରେ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦିଅନ୍ତେ ତେବେ ବହୁ ଉପକାର ହୁଅନ୍ତା। ନଚେତ୍‍ ସରକାରଙ୍କ ପକ୍ଷରୁ ଯେଉଁ ବାସଗୃହ ଯୋଜନା ଯୋଗାଇ ଦିଆଯାଉଛି ତାହା କେହି ନେଇ ପାରୁନାହୁଁ ବୋଲି ଶ୍ରୀ ଶବର ତାଙ୍କ ଟିକିଏ କ୍ଷୋଭରେ କହିଛନ୍ତି।
ଏହି ଅବସରରେ ୮୦୦ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଥିବା ମାଛମରା ଗାଁର ମେଘନାଥ ମହାରଣା, ଭଗବାନ ବିଶ୍ୱାଳ ଓ ରିଲଫ ବଣ୍ଟନକାରୀ ଅମିତା ମଣ୍ଡଳ, ପଦ୍ମ ନାୟକ, ମିନତୀ ମିଶ୍ର, ସାଇପ୍ରସାଦ ସାମଲ, ପ୍ରହଲାଦ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories