www.samajalive.in
Sunday, December 14, 2025
18.1 C
Bhubaneswar

ଓଡ଼ିଆ ଜାତି ପ୍ରତି ଭଲପାଇବା ବିଜୁଙ୍କୁ ମହାନ୍‌ କରିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମହାନ୍‌ ଜନନାୟକ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଦୈନିକ ଖବର କାଗଜ ‘ସମାଜ’ ପକ୍ଷରୁ ‘ଭୂମିପୁତ୍ର’ ଶୀର୍ଷକ ଏକ ସ୍ବତନ୍ତ୍ର ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁବାବୁ ଥିଲେ ଓଡ଼ିଶା ଇତିହାସର ଏକ ଅନନ୍ୟ ବ୍ୟକ୍ତିତ୍ବ। ସାଧାରଣ ଲୋକର ସେ ଥିଲେ ପ୍ରିୟ ମଣିଷ। ପ୍ରଗତିଶୀଳ ଚିନ୍ତାଧାରା, ଦୂରଦୃଷ୍ଟି, ସାହସ, ପ୍ରତିବଦ୍ଧତା ଓ ମାନବିକତା ତାଙ୍କର ନେତୃତ୍ବକୁ ଅତ୍ୟନ୍ତ ପ୍ରଭାବଶାଳୀ କରିଥିଲା।

ସାତବର୍ଷରୁ କମ୍‌ ସମୟ କ୍ଷମତାରେ ଥିଲେ ମଧ୍ୟ ତାଙ୍କର ଯୁଗାନ୍ତକାରୀ ନିଷ୍ପତ୍ତି, ବିକାଶ ପ୍ରତି ପ୍ରତିବଦ୍ଧତା ଏବଂ ଏ ମାଟି ଓ ଏ ଜାତିର ମଣିଷଙ୍କ ପ୍ରତି ତାଙ୍କର ଗଭୀର ଭଲପାଇବା ତାଙ୍କୁ ଯଶସ୍ବୀ କରିଛି। ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ସେ ଅନେକ ସୁନାମ ଅର୍ଜନ କରିଥିଲେ; କିନ୍ତୁ ଏ ମାଟିର ମମତା, ଓଡ଼ିଆ ଭାଇଭଉଣୀଙ୍କ ଶ୍ରଦ୍ଧା ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଥିଲା। ଜଣେ ଓଡ଼ିଆ ଭାବରେ ବିଜୁବାବୁ ଗର୍ବ କରୁଥିଲେ ଏବଂ ସେହି ମହାନ୍‌ ଓଡ଼ିଆଙ୍କ ପାଇଁ ଆଜି ଓଡ଼ିଆ ଜାତି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

- Advertisement -

ଦୈନିକ ଖବରକାଗଜ ସମାଜ ପକ୍ଷରୁ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ପ୍ରକାଶିତ ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚନ କରି ମୁଁ ବହୁତ ଖୁସି। ବିଜୁ ବାବୁଙ୍କ ନୀତିଆଦର୍ଶ ଏବଂ ଓଡ଼ିଶା ବିକାଶର ବାର୍ତ୍ତା ପ୍ରସାରରେ ଏହା ନିଶ୍ଚୟ ସହାୟକ ହେବ ବୋଲି ମୋର ବିଶ୍ୱାସ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ଜୟନ୍ତୀ ଅବସରରେ ବିଜୁବାବୁଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ତାଙ୍କର ଶ୍ରଦ୍ଧା ନିବେଦନ କରିବା ସହିତ ‘ସମାଜ’ର ଏହି ସ୍ବତନ୍ତ୍ର ପ୍ରକାଶନର ସଫଳତା କାମନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories