www.samajalive.in
Monday, December 15, 2025
26.1 C
Bhubaneswar

ପ୍ରେମିକାକୁ ତଣ୍ଟିଚିପି ହତ୍ୟାକଲା ପ୍ରେମିକ

ମୁଖୀଗୁଡା:ପ୍ରେମ ସମ୍ପର୍କ ଥିଲା କିନ୍ତୁ ବିବାହ ପ୍ରସ୍ତାବରେ ପ୍ରେମିକା ରାଜି ନହେବାରୁ ପ୍ରେମିକ ଜଣକ ପ୍ରେମିକାକୁ ତଣ୍ଟିଚିପି ମାରିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କଳାହାଣ୍ଡି ଜିଲା ଜୟପାଟଣା ଥାନା ବଡ଼ପୁଝାରିଗୁଡା ଗ୍ରାମପଞ୍ଚାୟତ ବତାସୀଗୁଡା ଗାଁର ୧୭ ବର୍ଷିୟା ନାବାଳିକା ସହ ବାନେର ପଞ୍ଚାୟତ ଅନ୍ତର୍ଗତ ଲୁହାବାହାଲ ଗ୍ରାମର ପ୍ରେମ ଧଙ୍ଗଡା ମାଝୀ (୨୧ )ର ପ୍ରେମ ସମ୍ପର୍କ ଗତ ୨ବର୍ଷ ଧରି ରହିଥିଲା। ପ୍ରେମ ଧଙ୍ଗଡା ମାଝୀ ବିବାହ ପାଇଁ ତା’ର ନାବାଳିକା ପ୍ରେମିକାକୁ ପ୍ରସ୍ତାବ ଦେଇଥିଲା କିନ୍ତୁ ତାର ପ୍ରସ୍ତାବରେ ପ୍ରେମିକା ରାଜି ହୋଇନଥିଲା। ପ୍ରେମ ଧଙ୍ଗଡ଼ା ମାଝୀ ଅନ୍ୟ ଜାତିର ହୋଇ ଥିବାରୁ ନାବାଳିକା ବିବାହ ପାଇଁ ରାଜି ହୋଇ ନଥିଲା।

- Advertisement -

ଗତ ଗୁରୁବାର ଅପରାହ୍ନ ୪ ଟା ସମୟରେ ନାବାଳିକା ଘରେ ଏକୁଟିଆ ଥିଲା। ଏତିକିବେଳେ ନାବାଳିକାକୁ ତା’ର ପ୍ରେମିକ ପ୍ରେମ ଧଙ୍ଗଡା ମାଝୀ ତଣ୍ଟିଚିପି ହତ୍ୟା କରିଥିଲା। ମୃତ ନାବାଳିକାର ବାପାଙ୍କ ଏତଲ କୁ ଭିତ୍ତିକରି ଜୟପାଟଣା ପୁଲିସ ଆଜି ଅଭିଯୁକ୍ତକୁ ପ୍ରେମ ଧଙ୍ଗଡା ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories