ଭାରତକୁ ପ୍ରଶଂସା କଲା ରୁଷ୍
ନୂଆଦିଲ୍ଲୀ- ବିଭିନ୍ନ ବୈଶ୍ବିକ ପ୍ରସଙ୍ଗରେ ଭାରତ ନେଉଥିବା ଦାୟିତ୍ବବୋଧତାକୁ ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପ୍ରଶଂସା କରିଛନ୍ତି। ଜି-୨୦ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବାକୁ ଭାରତ ଆସିଥିବା ଲାଭରୋଭ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଅଣାଯିବା ଦରକାର।
ୟୁକ୍ରେନ ବିରୋଧୀ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ରୁଷ୍ ଉପରେ ଅଧିକରୁ ଅଧିକ କଟକଣା ଲାଗୁ କରୁଛନ୍ତି। ଏପରି କରି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ବିଶ୍ବକୁ ଭୌଗଳିକ ଦୃଷ୍ଟିକୋଣରୁ ବିଭାଜନ କରିବାକୁ ଚାହୁଁଛନ୍ତି। ଭାରତ ସହିତ ରୁଷ୍ର ଦ୍ବିପାକ୍ଷିକ ସମ୍ପର୍କକୁ ସର୍ଗେଇ ଅତ୍ୟନ୍ତ ନିବିଡ ବୋଲି କହିଥିଲେ।
Comments are closed.