www.samajalive.in
Sunday, December 14, 2025
16.1 C
Bhubaneswar

ତ୍ରିପୁରାରେ କ୍ଷମତାକୁ ଫେରିବ ବିଜେପି ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ ଗଢ଼ିବ ସରକାର, ମେଘାଳୟ ସ୍ଥିତି ଅସ୍ପଷ୍ଟ

ନୂଆଦିଲ୍ଲୀ: ଉତ୍ତର ପୂର୍ବାଞ୍ଚଳ ୩ ରାଜ୍ୟର ବିଧାନସଭା ଜନାଦେଶର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ତ୍ରିପୁରାରେ ବିଜେପି ପୁଣି କ୍ଷମତାକୁ ଫେରିବ ଏବଂ ନାଗାଲାଣ୍ଡରେ ବିଜେପି ମେଣ୍ଟ ସରକାର ଗଢ଼ିବ ବୋଲି ଜଣାପଡ଼ିଛି। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ମେଘାଳୟରେ ସ୍ଥିତି ଅସ୍ପଷ୍ଟ ରହିଛି।

ତ୍ରିପୁରାରେ ମୋଟ ୬୦ଟି ବିଧାନସଭା ଆସନ ରହିଥିବାବେଳେ ସରକାର ଗଢିବା ପାଇଁ ଏଠାରେ ୩୧ଟି ଆସନ ଦରକା। ଏଠାରେ ବିଜେପି ୩୨ଟି ଆସନରେ ବିଜୟ ହାସଲ କରିଛି । ତ୍ରିପୁରାରେ ସିପିଆଇ(ଏମ), କଂଗ୍ରେସ ୩, ଆଇପିଏଫଟି ୧ ଏବଂ ଟିଏମପିକୁ ୧୩ଟି ଆସନରେ ବିଜୟୀ ହୋଇଛି। ବିରୋଧୀ ବାମ ଓ କଂଗ୍ରେସ ମେଣ୍ଟ ୧୪ଟି ଆସନରେ ବିଜୟ ହାସଲ କରିଛନ୍ତି କିମ୍ବା ଆଗୁଆ ଅଛନ୍ତି ।

- Advertisement -

ନାଗାଲାଣ୍ଡ ବିଧାନସଭାରେ ମୋଟ ୬୦ଟି ଆସନ ଥିବାବେଳେ ସରକାର ଗଢିବା ପାଇଁ ୩୧ଟି ଆସନ ଦରକାର। ଏଠାରେ ବିଜେପି ମେଣ୍ଟ ୩୭ଟି ଆସନରେ ବିଜୟ ହାସଲ କରିଛି । ଫଳରେ ନାଗାଲାଣ୍ଡରେ ବିଜେପି ମେଣ୍ଟ ସରକାର ଗଢିବା ନିଶ୍ଚିତ ହୋଇଛି।

ମେଘାଳୟ ବିଧାନସଭାରେ ୫୯ ଆସନ ରହିଥିବାବେଳେ ସରକାର ଗଢ଼ିବା ପାଇଁ ୩୨ଟି ଆସନ ଦରକାର। ବର୍ତ୍ତମାନ ସୁଦ୍ଧା ୫୫ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଏଠାରେ ନ୍ୟାସନାଲ ପିପୁଲ୍ସ ପାର୍ଟିକୁ ସର୍ବାଧିକ ୨୨ଟି ଆସନ ମିଳିଛି। ଅପରପକ୍ଷ​‌େ​‌ର ୟୁନାଇଟେଡ ଡେମୋକ୍ରେଟିକ ପାର୍ଟିକୁ ୧୧ ଏବଂ କଂଗ୍ରେସକୁ ୫ଟି ଆସନ ମିଳିଛି। ତେବେ ମେଘାଳୟରେ ବିଜେପିକୁ ମାତ୍ର ୨ଟି ଆସନ ମିଳିଛି। ତେଣୁ ଏଠାରେ ସରକାର କିଏ ଗଠନ କରିବ ତାହାର ଚିତ୍ର ଅସ୍ପଷ୍ଟ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories