ଟିଟିଲାଗଡ଼ : ଟିଟିଲାଗଡ଼ ସହର ଉପକଣ୍ଠସ୍ଥ ପର୍ୟ୍ୟଟନ କ୍ଷେତ୍ର କୁମୁଡା ପାହାଡ଼ ଗୁମ୍ପାରେ ବିଦ୍ୟମାନ ଧବଳେଶ୍ୱର ପୀଠର ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି। ଗତକାଲି ଦୁର୍ବୁତ୍ତ ଦାନ ଅର୍ଥ ଚୋରି କରି ନେଇଛନ୍ତି। କିଛି ଦିନ ପୂର୍ବରୁ ଏଠାରେ ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ ୭ ଦିନ ବ୍ୟାପୀ ମହା ଶିବରାତ୍ରୀ ମେଳା ଅନୁଷ୍ଠିତ ହୋଇଥିଲା । ଏନେଇ ହୁଣ୍ଡିରେ ବହୁ ଦାନ ଟଙ୍କା ସୁନା ରହିଥିବା ସନ୍ଦେହ କରି ଦୁର୍ବୁତ୍ତ ଚୋରି କରିଥିବା ଆଲୋଚନା ହୋଇଛି । ଏନେଇ ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ରଞ୍ଜନ ବରିହା ବଲାଙ୍ଗୀର ସାଇଣ୍ଟିଫିକ ଦଳ ସହ ପହଞ୍ଚି ତଦନ୍ତ ଜୋରଦାର କରିଛନ୍ତି ।
Popular Categories



