www.samajalive.in
Sunday, December 14, 2025
19.1 C
Bhubaneswar

ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଶିକୁଳିପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରିଷରରେ ଯୁବ ରେଡକ୍ରସ ତରଫରୁ ଅଷ୍ଟମ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ମୋହନା ବ୍ଲକ ଶିକ୍ଷାଧିକାରୀ ଦେବଦାସ ତାମରାପୁଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ୟ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜ୍ଜନ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ପୁର୍ବତନ ରାଜ୍ୟ ଯୁବ ରେଡକ୍ରସର ଅଧିକାରୀ ତଥା ପାରଳାଖେମୁଣ୍ଡି ଏସକେସିଜି କଲେଜ ଅଧ୍ୟକ୍ଷ ଅଜୟ କୁମାର ତ୍ରୀପାଠୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ସ୍ଥାନୀୟ ସରପଞ୍ଚ ସତ୍ୟ ଦଣ୍ଡସେନା, ଶିକ୍ଷାବିତ ମଧୁସୁଦନ ପାଢୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ପ୍ରଧାନ, ଜୁନିୟର ରେଡକ୍ରସ ଜିଲ୍ଲା ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ, ସହ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ, ଜୁନିୟର ରେଡକ୍ରସର ଅଧିକାରୀ ସଂଜୀବ କୁମାର ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ସହ ରେଡକ୍ରସ ପତାକା ଉତ୍ତୋଳନ କରିଥିଲେ।

ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୫ଟି ବିଦ୍ୟାଳୟରୁ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଶିକ୍ଷାଲାଭ କରିଛନ୍ତି। ସ୍ବାସ୍ଥ୍ୟ ସେବା ଓ ବିଶ୍ୱ ବନ୍ଧୁତା ଶୀର୍ଷକକୁ ନେଇ ନାଚଗୀତ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସର୍ବ ପ୍ରାର୍ଥନା, ଯୋଗ ବ୍ୟାୟାମ ପ୍ରାଣାୟମ, ପରିବେଶ ସଫା, ଶ୍ରେଣୀ ଓ ଶିକ୍ଷାଦାନ, ଯୁନିଅର ରେଡକ୍ରସର ଇତିହାସ, ଚିତ୍ରାଙ୍କନ, ଆଶୁ ଚିକିତ୍ସା, ପ୍ରାକୃତିକ ବିପର୍ୟ୍ୟୟ ଓ ପ୍ରଶମନ, ସଡକ ସୁରକ୍ଷା, ରକ୍ତଦାନ ଓ ମହତ ଉଦ୍ଧେଶ୍ୟ, ସାଧାରଣ ଜ୍ଞାନ, ବକୃତା, ମାଦକ ଦ୍ରବ୍ୟର ଅପବ୍ୟବହାର ଓ ତମାଖୁ ବର୍ଜନ, ଜଳବାୟୁ ପରିବର୍ତ୍ତନ ବିଷୟରେ ତିନି ଦିନ ଧରି ଶିକ୍ଷାଦାନ ଦିଆଯାଇଥିଲା। କାର୍ୟ୍ୟକ୍ରମର ଦ୍ବିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ, ଗଜପତି ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଡ. ପ୍ରଦୀପ୍ତ କୁମାର ଷଡଙ୍ଗୀ, ମେଡିକାଲ ଅଫିସର ଡ. ଏମ ଶିବରାମ ଯୋଗ ଦେଇଥିବା ବେଳେ ଆଜି ଉଦଯାପନୀ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ପିନି ହାଁସଦା, ସ୍ଥାନୀୟ ମେଡିକାଲର ଡ. ସନ୍ଦୀପ ଗୌଡ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଶିକ୍ଷଣରେ ଆସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କାର ସହ ମାନପତ୍ର ବଣ୍ଟନ କରାଯାଇଥିଲା। ଶ୍ରେଷ୍ଠ ଛାତ୍ରୀ ଭାବେ ଦିପ୍ତିଲତା ମହାପାତ୍ର ଏବଂ ଅଲଡା ଆଦର୍ଶ ବିଦ୍ୟାଳୟର ଛାତ୍ର ରକମ ଉଦମ ଭେଙ୍କେଟେସ ଶ୍ରେଷ୍ଠ ଛାତ୍ର ଭାବେ ମନୋନୀତ ହୋଇଛନ୍ତି। ଏହା ସହ ଶ୍ରେଷ୍ଠ ସମ୍ବଳ ସାଧନ କର୍ମୀ ଭାବେ ଅନୁଷ୍ଠାନର ବିଜ୍ଞାନ ଶିକ୍ଷକ ବାଳକୃଷ୍ଣ ବାଗସିଙ୍ଗ ମନୋନୀତ ହୋଇ ସମ୍ବର୍ଦ୍ଧିତ ହୋଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories