www.samajalive.in
Sunday, December 14, 2025
19.1 C
Bhubaneswar

ଗ୍ରାମାଞ୍ଚଳରେ ମହିଳାଙ୍କ ଆତ୍ମ ନିଯୁକ୍ତି ନିମନ୍ତେ ସଚେତନତା ଶିବିର

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ପଞ୍ଚାୟତରେ ଗ୍ରାମୀଣ ମହିଳା ମାନଙ୍କ ଆତ୍ମ ନିଯୁକ୍ତି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଳଗୁମ ପଞ୍ଚାୟତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଏହି ସଚେତନତା ଶିବିରକୁ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଉଦଘାଟନ କରିଥିଲେ। ସତ୍ୟବାଦୀ ବ୍ଲକ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ଦାସ ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ପୁରୀର ସହକାରୀ ପରିଚାଳକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ସମ୍ମାନିତ ଅତିଥି ରୂପେ ଅଳଗୁମ ସମିତି ସଭ୍ୟା ପୁଷ୍ପାଞ୍ଜଳି ବିଶ୍ୱାଳ, ଦାସ ବିଦ୍ୟାଧର ପୁର ସମିତି ସଭ୍ୟା ଶକୁନ୍ତଳା ବେହେରା, ଆଳିସ ସମିତି ସଭ୍ୟ ବିପିନ ବେହେରା, ନରେନ୍ଦ୍ର ପୁର ସମିତି ସଭ୍ୟା ଝରଣା ମଲ୍ଲିକ ଓ ନୂଆ ସୋମେଶ୍ୱର ପୁର ସମିତି ସଭ୍ୟା ଜ୍ୟୋତିର୍ମୟୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି ଯୋଜନା ଓ ମୁଖ୍ୟମନ୍ତ୍ରୀ ନିଶ୍ଚିତ ନିଯୁକ୍ତି ଯୋଜନା ସହିତ ଆତ୍ମ ନିଯୁକ୍ତି ନିମନ୍ତେ ରହିଥିବା ସରକାରୀ ଯୋଜନା, ପ୍ରକଳ୍ପ ନିମନ୍ତେ ରହିଥିବା ସରକାରୀ ରିହାତି ଓ ସହାୟତା, ଉତ୍ପାଦନ କେନ୍ଦ୍ର ଓ ସେବା କେନ୍ଦ୍ର, ଧାନ ମିଲ, ଚୁଡା ମିଲ, ପାଉଁଶ ଇଟା, ସିଲେଇ କେନ୍ଦ୍ର, ଓ ଜେରକ୍ସ ଦୋକାନ ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଦିନିକିଆ ଶିଳ୍ପ ତାଲିମ ଶିବିରରେ ଶତାଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ତାଲିମ ନେଇଥିଲେ। ଅଳଗୁମ ସମିତି ସଭ୍ୟା ପୁଷ୍ପାଞ୍ଜଳି ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ। ଶେଷରେ ବ୍ଲକ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ସୁରେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories