www.samajalive.in
Saturday, December 6, 2025
15.1 C
Bhubaneswar

ଆଇନଜୀବୀ ବିବାଦ ଘଟଣା : ଲାଲବାଗ ଥାନାରେ ୪ ଏଫଆଇଆର

କଟକ : ପୁଲିସ-ଆଇନଜୀବୀ ବିବାଦ ନୂଆ ମୋଡ ନେଇଛି । ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସୋମବାର କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେବାରୁ ଅପରଗୋଷ୍ଠୀ ଆନ୍ଦୋଳନକାରୀଙ୍କ ରୋଷର ଶୀକାର ହୋଇଛନ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ପରିସରରେ ୨୮ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଆନ୍ଦୋଳନକାରୀ ଆଇନଜୀବୀ ଗୋଷ୍ଠୀ  ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ପୋଡାଜଳା କରିଛନ୍ତି।

ଅନ୍ୟ ପକ୍ଷରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଉପଦେଷ୍ଠା ଅସୀମ ଅମିତାଭ ଦାଶଙ୍କ ସମେତ ୪ଜଣ ଆଇନଜୀବୀଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଲାଲବାଗ ଥାନାରେ ଏଫଆଇଆର ଦାଖଲ ହୋଇଛି। ୪ଜଣ ଏପିଆର କନେଷ୍ଟବଳ ମଧ୍ୟ ଏଥିରେ ଆହତ ହୋଇଥିବା ନେଇ ମଧ୍ୟ ଏଫଆଇଆର ଦାଖଲ ହୋଇଛି। ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

- Advertisement -

ସୋମବାରର ମୁହାଁମୁହିଁ ପରିସ୍ଥିତି ତଥା  ଗଣ୍ଡଗୋଳକୁ ନେଇ ଲାଲବାଗ ଥାନାରେ ରେ ୪ଟି ଏଫଆଇଆର ଦାଖଲ ହୋଇଛି ବୋଲି ପୁଲିସ କିମସନର ସତ୍ୟଜିତ ମହାନ୍ତି କହିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories