www.samajalive.in
Saturday, December 13, 2025
26.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ବାଇଗଣ

ବାଇଗଣ ଏପରି ଏକ ପରିବା ଯାହା ପ୍ରାୟ ସବୁ ଘରେ ଉପଲବ୍ଧ। ବହୁ ଲୋକ ଏହାକୁ ବିଭିନ୍ନ ଉପାୟରେ ରାନ୍ଧି ଖାଇଥାଆନ୍ତି ଓ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ବ୍ୟବହାର ହୋଇଥାଏ। ଜାପାନରେ ଏହାକୁ ଆମିଶ ତରକାରି ସହ ରନ୍ଧାଯାଏ। ହେଲେ କ’ଣ ଆପଣ ଜାଣନ୍ତି ଯେ ବାଇଗଣକୁ କେବଳ ଖାଦ୍ୟ ଭାବେ ଗ୍ରହଣ କରାଯାଇ ନଥାଏ, ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ଆମେରିକୀୟ ଗବେଷକଙ୍କ କହିବା ଅନୁସାରେ, ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ବାଇଗଣର ଉପକାରୀତା ବିଷୟରେ –
– ବାଇଗଣ ଭର୍ତ୍ତାରେ ଏକ ଚାମଚ ମହୁ ମିଶାଇ ଖାଇବା ଦ୍ବାରା ଭଲ ନିଦ ହୋଇଥାଏ। ତରକାରିରେ ଏହା ଖାଇବା ଖୁବ୍ ଲାଭ ପ୍ରଦ।
– ବାଇଗଣ ସୁପ୍ ରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଳ ଦୋଷରୁ ରକ୍ଷା ମିଳେ।
– ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳିଥାଏ।
– ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୋଇଥାଏ।
– ବିଷାକ୍ତ ଛତୁ ଖାଇ ଦେଇଥିଲେ, ଗୋଟା ବାଇଗଣକୁ ଚକଟି ତୁରନ୍ତ ଖାଇବା ଦ୍ବାରା ବିଷ କ୍ରିୟା ପ୍ରଭାବହୀନ ହୋଇଥାଏ ।
– ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ଟାଇପ୍-୨ ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହେ ।
– ହୃଦରୋଗୀଙ୍କ ପାଇଁ ଏହା ଏକ ଉତ୍ତମ ପରିବା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories