www.samajalive.in
Monday, December 15, 2025
16.1 C
Bhubaneswar

ହନୁମାନ ମନ୍ଦିର ରୌପ୍ୟ ଜୟନ୍ତୀରେ ଯୁଗାର ଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏ ସି ଅନ୍ତର୍ଗତ ଲାଦର ପାଲି ସ୍ଥିତ ହନୁମାନ ମନ୍ଦିର ରୌପ୍ୟ ଜୟନ୍ତୀର ଆଜି ତୃତୀୟ ଦିବସ। ଏହି ରୌପ୍ୟ ଜୟନ୍ତୀରେ ପାଞ୍ଚକୁଣ୍ଡୀୟ ବିଶ୍ଵ ଶାନ୍ତି ଯଜ୍ଞ ପ୍ରତ୍ୟହ କରାଯାଉଛି। ଆଜି ସକାଳୁ ସୂର୍ଯ୍ୟ ପୂଜା, ଧେନୁ ପୂଜା, ରୁଦ୍ରlଭିଷେକ ଓ ଚଣ୍ଡୀ ହୋମ କରାଯାଇଥିଲା। ଗ୍ରାମ ତଥା ଆଖ ପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରତିଦିନ ଜମି ରହୁଛି। ଏହି ଅବସରରେ ଆଜି ଗ୍ରାମରେ ଥିବା ଜୟ ହନୁମାନ ଜୟ ଶ୍ରୀରାମ ସଂଘ ପକ୍ଷରୁ ପ୍ରଭୁ ହନୁମାନଙ୍କ ପାଇଁ ୩୦ କିଲୋ ଧାନର ୩ ଫୁଟ ଚଉଡ଼ା ୫ ଫୁଟ ଉଚ୍ଚ ବିଶିଷ୍ଟ ବିରାଟ ଖଇ ଜୁଗାର କୁ ଏକ ସୁସଜ୍ଜିତ ରଥରେ ନେଇ ବିଶାଳ ଶୋଭାଯାତ୍ରାରେ ମନ୍ଦିରରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାଟି ଦୁଲୁ ଦୁଲି ବାଜା ଓ ଘଣ୍ଟ ବାଦ୍ୟ ଶହ ଗ୍ରାମ ପରିକ୍ରମା କରି ମନ୍ଦିର ଅଭିମୁଖେ ଆସିଥିଲା।ଗ୍ରାମର ପ୍ରତି ଘର ସମ୍ମୁଖରେ ଦୀପ କଳସ ବସାଇ ଶ୍ରଦ୍ଧାର ସହ ସମତେ ସ୍ଵାଗତ କରୁଥିଲେ। ହରିବୋଲ ହୁଳହୁଳି ସହିତ ଜୁଗାରକୁ ପୂଜା ଓ ବନ୍ଦାଣ କରିଥିଲେ। ଆବାଳ ବୃଦ୍ଧା ବନିତା ଏଥିରେ ସାମିଲ ହୋଇ ଜୟ ହନୁମାନ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ଚତୁର୍ଦ୍ଦିଗ। ବିଭୋର ହୋଇ ନାଚୁଥିଲେ ଭକ୍ତ। ଏହି ନିଆରା ଦୃଶ୍ୟକୁ ଅଞ୍ଚଳ ବାସୀ ବେଶ୍ ଉପଭୋଗ କରିଥିଲେ। ମନ୍ଦିରକୁ ଶୋଭାଯାତ୍ରା ପହଞ୍ଚିବା ପରେ ତାକୁ ଭବ୍ୟ ସ୍ୱାଗତ ସହ ଯଜ୍ଞ ମଣ୍ଡପରେ ରଖାଯାଇଥିଲା। ମନ୍ତ୍ର ପାଠ ସହ ଭଗବାନଙ୍କୁ ସମର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରତିଦିନ ସମସ୍ତ ଦର୍ଶକ, ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଛି। ଆଶୀର୍ବାଦ ସେବା ଅନୁଷ୍ଠାନ ଅତାବିରା ପକ୍ଷରୁ ଏହି ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories