www.samajalive.in
Friday, December 12, 2025
16.1 C
Bhubaneswar

୨୨ତମ ଧର୍ମ ସମ୍ମିଳନୀ ଆୟୋଜିତ

ସମ୍ବଲପୁର: ସମ୍ବଲପୁର ଠାରେ ଶୁକ୍ରବାର ସତ୍ୟ ସନାତନ ପ୍ରଜା ସମିତି ଆନୁକୁଲ୍ୟରେ ୨୨ତମ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରୁ ଆସି ଯୋଗଦାନ କରିଥିବା ଶତାଧିକ ଶିକ୍ଷାବିତ ପ୍ରଥମେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାସ୍ଥଳରୁ ଆସିଥିବା ଅଖଣ୍ଡ ଜ୍ୟୋତିକୁ ସ୍ୱାଗତ କରିଥିଲେ। ଏଥିରେ ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତା ଉପସ୍ଥିତ ରହି କହିଥିଲେ ଯେ ଗତ ୨୩ ଜାନୁୟାରୀ ୧୯୯୯ ମସିହାରେ ଖ୍ରିଷ୍ଟିୟାନ ପାଦ୍ରୀ ଗ୍ରାହମଷ୍ଟେନ୍ସ୍‌‌ଙ୍କୁ ହତ୍ୟା କରାଯାଇଥିଲା। ସେହିଦିନ ଠାରୁ ଷଡଯନ୍ତ୍ରକାରୀ ହିସାବରେ ଦାରାସିଂ ୨୪ ବର୍ଷ ହେବ ଜେଲରେ ଅଛନ୍ତି। ଗତ ୨୩ ଅଗଷ୍ଟ ୨୦୦୮ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲା। ଅଥଚ ଷଡଯନ୍ତ୍ରକାରୀ ରାଜ୍ୟସଭା ଏମ୍‌‌ପି ଆଜି ଯାଏଁ ଗିରଫ ହୋଇ ନାହାଁନ୍ତି। ଆମ ଦେଶରେ ଖ୍ରିଷ୍ଟିୟାନ ଏବଂ ହିନ୍ଦୁଙ୍କ ପାଇଁ କଣ ଅଲଗା ଅଲଗା ନିୟମ ଅଛି କି ବୋଲି ଇଂ. ହୋତା ଇତ୍ୟବସରରେ ପ୍ରଶ୍ନ କରିଛନ୍ତି। ତେଣୁ ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହେବା ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଯିବା ନିମନ୍ତେ ଆଜିର ସମ୍ମିଳନୀ ମାଧ୍ୟମରେ ବିନମ୍ର ନିବେଦନ କରିଛନ୍ତି ଇଂ. ହୋତା। ମହାତ୍ମା ଦିଲ୍ଲେଶ୍ୱରାନନ୍ଦ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ “ପରମାତ୍ମା”ଙ୍କ ସାନିଧ୍ୟ ଲାଭ କରିବାର ପ୍ରକୃତ ମାର୍ଗ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଧର୍ମ ସମ୍ମିଳନୀରେ ପ୍ରାନ୍ତ ସଙ୍ଗଠନ ସମ୍ପାଦକ ସତ୍ୟନାରାୟଣ ଥାନପତି, ସେବା ପ୍ରମୁଖ ବିପିନ ବିହାରୀ ଗଡ଼ନାୟକ, କାଳିନ୍ଦୀ ଚରଣ ବେହେରା, ଏବିଭିପିର ବିଭାଗ ସଙ୍ଗଠନ ସମ୍ପାଦକ ନିକୁଞ୍ଜ ବିହାରୀ ପଣ୍ଡା, ବଜରଙ୍ଗ ଦଳର ସଂଯୋଜକ ରାମଚନ୍ଦ୍ର ନାଏକ, ଧର୍ମ ପ୍ରସାର ଜିଲା ପ୍ରମୁଖ ଜୟରାମ ବଢ଼଼ାଇ ପ୍ରମୁଖ ଅନ୍ୟ ମାନଙ୍କ ସହିତ ଉପସ୍ଥିତ ରହିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories