www.samajalive.in
Thursday, December 11, 2025
15.1 C
Bhubaneswar

ହୋଲି ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତି ଓ ସମନ୍ୱୟ ବୈଠକ

ସମ୍ବଲପୁର: ରଙ୍ଗର ପର୍ବ ହୋଲି କୁ ଶାନ୍ତିଶୃଙ୍ଖଳାର ସହିତ ହର୍ତ୍ସଉଲ୍ଲାସରେ ପାଳନ କରିବା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଶାନ୍ତି ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ପୂର୍ବାହ୍ନରେ ଆୟୋଜିତ ବୈଠକରେ ଅତିରିକ୍ତ ଜିଲାପାଳ ଅଜାମ୍ବର ମହାନ୍ତି ଅଧ୍ୟକ୍ଷତା କରିଥିଲେ। କୋଭିଡ ପରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ହୋଲିର ପର୍ବକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ସେଥିପାଇଁ ପ୍ରଶାସନ ପକ୍ଷରୁ ପ୍ରାକ ପ୍ରସ୍ତୁତି କରାଯାଉଛି। ଏହି ଅବସରରେ ପାନୀୟ ଜଳ ଯୋଗାଣ ନିମନ୍ତେ ଗୋଲବଜାର ଛକ, ଲକ୍ଷ୍ମୀ ଟକିଜ ଛକ, ମୁଦିପଡ଼ା ଛକ, ବଡବଜାର ଓ କୁଞ୍ଜେଲପଡ଼ା ଛକ ଠାରେ ସ୍ୱତନ୍ତ୍ର ପାଣିଟାଙ୍କି ବ୍ୟବସ୍ଥା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯିବ। ପରିମଳ ବ୍ୟବସ୍ଥାକୁ ସୁଦୃଢ଼ ନିମନ୍ତେ ସହରର ନାଳ ଗୁଡିକର ସ୍ୱତନ୍ତ୍ର ସଫେଇ କରାଯିବ। ନିରନ୍ତର ବିଦ୍ୟୁତ ସେବା, ଅଗ୍ନି ନିରାପତ୍ତା, ଟ୍ରାଫିକ ବ୍ୟବସ୍ଥା, ବିଭିନ୍ନ ସ୍ଥାନରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ନିୟୋଜନ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଗୋଲବଜାର ଛକରେ ଗୋଟିଏ ଆମ୍ବୁଲାନ୍ସ ମୁତୟନ, ହୋଲି ପାଇଁ ମଦ ଦୋକାନ ବନ୍ଦ ରହିବା ସହିତ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ପାଇଁ ବ୍ୟାପକ ଚଢ଼ଉ ଅଭିଯାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇ ବିଭାଗୀୟ ଅଧିକାରୀ ମାନଙ୍କୁ ପ୍ରାକ ପ୍ରସ୍ତୁତି ଚୂଡାନ୍ତ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ବୈଠକରେ ସଦର ଉପ ଜିଲାପାଳ ପ୍ରଭାସ ଦଣ୍ଡସେନା, ସଦର ଏସଡିପିଓ ପ୍ରଦୀପ କୁମାର ସାହୁ, ମହାନଗର ଡେପୁଟି କମିଶନର ନିଗମ ଶଙ୍କର ସାହୁ, ଡେପୁଟି କଲେକ୍ଟର ମିତାଲି ମଧୁସ୍ମିତା ଦଳ ବେହେରା ସମେତ ସମସ୍ତ ବିଭାଗର ଅଧିକାରୀ ଓ ନାଗରିକ ମାନେ ଉପସ୍ଥିତ ରହିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ମହାନ୍ତି ରାସାୟନିକ ରଙ୍ଗର ବ୍ୟବହାର ନ କରିବା, ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ହୋଲି ପର୍ବକୁ ପାଳନ ସହିତ ନିଜ ନିଜ ମଧ୍ୟରେ ଭାଇଚାରା ଓ ଶାନ୍ତି ବଜାଇ ରଖି ରଙ୍ଗର ପର୍ବ ହୋଲିକୁ ପାଳନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories