www.samajalive.in
Sunday, December 14, 2025
23.1 C
Bhubaneswar

ରେଳଗାଡିରୁ ଖସି ଯୁବକ ମୃତ   

ସମ୍ବଲପୁର– ସମ୍ବଲପୁର ଜିଆରପି ଥାନା ଅର୍ନ୍ତଗତ ବରଗଡ ଜିଲା ବରପାଲି ଦେଇ ଯାଇଥିବା ରେଳ ଧାରଣା କଡରେ ଥିବା ବୁଦାରୁ ଏକ ମୃତଦେହ ପୁଲିସ ଉଦ୍ଧାର କରିଛି । ଶୁକ୍ରବାର ଜିଆରପି ପକ୍ଷରୁ ମିଳିଥିବା ସୂଚନାନୂଯାୟୀ, ସମ୍ବଲପୁର ଜିଲା ଧମା ଥାନା ଅର୍ନ୍ତଗତ ଦେଗାଁ ନିବାସୀ ଶିବଲାଲ ପାଣ୍ଡେ (୫୨) ତାମିଲନାଡୁର ଚେନ୍ନାଇ ରୁ ରେଳ ଯୋଗେ ସମ୍ବଲପୁରକୁ ଫେରୁଥିବା ବେଳେ ବରଗଡ – ବରପାଲି ଷ୍ଟେସନ ମଧ୍ୟରେ ବରପାଲି ନିକଟରେ ରେଳଗାଡିରୁ ଖସି ପଡିଥିଲେ ।

ଏଣୁ ତାଙ୍କୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଜିଆରପି ପୁଲିସ ଖବର ପାଇ ବରପାଲି – ବରଗଡ ମଧ୍ୟରେ ଥିବା ରେଳ ଧାରଣା କଡର ଏକ ବୁଦା ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ଜିଆରପି ପ୍ରେରଣ କରିଥିବା ବେଳେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି କହିଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories