www.samajalive.in
Saturday, December 13, 2025
26.1 C
Bhubaneswar

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ‘ଉଡାନ’କାର୍ୟ୍ୟକ୍ରମ ଉଦଘାଟନ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡ଼ିଟରିୟମ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦୁଇ ଦିନିଆ ଉଡାନ କାର୍ୟ୍ୟକ୍ରମ ଉଦଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଯୋଗ ଦେଇ ଉଦଘାଟନ କରିବା ସହ ଜଳବାୟୁ ପରିବର୍ତନ, ବୃକ୍ଷ ରୋପଣ, ପରିବେଶ ଉପରେ ସମସ୍ତଙ୍କ ଦାୟିତ୍ୱ ରହିଥିବା କହିଥିଲେ। ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଏଥିପ୍ରତି ଛାତ୍ର ଛାତ୍ରୀଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ଚାଷୀ ମାନଙ୍କୁ ଉନ୍ନତ ମାନର ଚାଷ ପ୍ରଣାଳୀରେ ଚାଷ କରି ଅଧିକ ଲାଭ ବାନ ହେବା ସହ ମେଧା ବୃତ୍ତି ପ୍ରଦାନ କରୁଥିବାରୁ ବହୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରେ ଆଗ୍ରହ ହୋଉଥିବାରୁ ଏହି କାର୍ୟ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଜାରି ରଖିବାକୁ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି ଏସ ଆର ଓଡିଶାର ମୁଖ୍ୟ ଡ଼. ଅମ୍ବିକା ପ୍ରସାଦ ନନ୍ଦ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁ, ଟାଟା ଷ୍ଟିଲର ସଦସ୍ୟା ଆର. ଶୁଭ୍ରା, ଗୋପାଳପୁର ଟାଟା ଷ୍ଟିଲ ଫାଉଣ୍ଡେସନର ମୁଖ୍ୟ ରକି ମାର୍ଟିନ,ଗୋପାଳପୁର ଟାଟା ଷ୍ଟିଲ ଫାଉଣ୍ଡେସନର ପରିଚାଳକ ଇଶ୍ୱର କୁମାର ପରିଡା ମଂଚାସୀନ ଥିଲେ ।
ଏହି କାର୍ୟ୍ୟକ୍ରମରେ ୨୯୮ ଛାତ୍ର, ଛାତ୍ରୀଙ୍କୁ ଜ୍ୟୋତି ମେଧାବୃତ୍ତି ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ମହିଳା ସଶକ୍ତି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ ଯୋଗ ଦେଇ କାର୍ୟ୍ୟକ୍ରମକୁ ଉଦଘାଟନ କରି ମହିଳା ମାନଙ୍କୁ ଅଗ୍ର ଅଧିକାରୀ ହେବାକୁ ପରାମର୍ଶ ଦେବା ସହ ରୋଜଗାର କ୍ଷମ ହେବାକୁ କହିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଶା ସରକାରଙ୍କ ଉତ୍କଳ ପ୍ରସଙ୍ଗର ସମ୍ପାଦିକା କସ୍ତୁରୀ ମହାପାତ୍ର, ଭୁବନେଶ୍ୱରର ମହିଳା ଆତ୍ମ ନିର୍ଭର ଅଭିଯାନ ଅଧକ୍ଷା ଡ଼. ରୀନା ରାଉତରାୟ, ମାଣିକକସ୍ତୁ ଆଗ୍ରୋ ଲିମିଟେଡ଼ର ନିର୍ଦେଶିକା ଜୟନ୍ତୀ ମହାପାତ୍ର ଯୋଗ ଦେଇ ମହିଳା ମାନଙ୍କୁ ସଶକ୍ତି କରଣ, ସ୍ୱାବଲମ୍ବୀ, ଆତ୍ମ ନିର୍ଭର, ସରକାର ଯୋଜନା ଉପରେ ଆଲୋକପାତ କରିଥିଲେ । ଏଥିରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ମହିଳା ପ୍ରମୁଖ ଉପସ୍ଥିତ ଥିଲେ । ଟାଟା ଷ୍ଟିଲ ଫାଉଣ୍ଡେସନର କର୍ମଚାରୀ ମାନେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories